STORYMIRROR

Dr Susmita Dash

Abstract Tragedy

2  

Dr Susmita Dash

Abstract Tragedy

ଜୀବନ ସାର

ଜୀବନ ସାର

1 min
14K


ଭାଙ୍ଗିବା,ପୁନଃ ସୃଷ୍ଟି କରିବା,

ନୂତନ ଉପଲବ୍ଧି,

କିନ୍ତୁ

ପୀଡ଼ା ଦାୟକ।

ସହଜସାଧ୍ୟ - ଅପରିବର୍ତ୍ତିତ ରହିବା।

ପୂର୍ଣ୍ଣବିକାଶ ଆସେ,

ବଦଳିବାରେ,

ସମୟର ତାଳେ।

ନିଜ ଖଣ୍ଡ ବିଖଣ୍ଡିତ ଆତ୍ମାକୁ

ସାଉଁଟିବାକୁ ହୁଏ,

ତଥାପି ବ୍ୟସ୍ତ କରେ ସେସବୁ,

ନିଃସ୍ୱ ହୋଇସାରିଛି ମନ

ଯାହାପ୍ରତି ଥରେ।

ସମ୍ବନ୍ଧରେ ଯୋଡ଼ି ହୁଏ

ଅନ୍ୟର ଛିନ୍ନ ବିଛିନ୍ନ ଆତ୍ମା ସହ।

ସମାଜର କ୍ଷଣଭଙ୍ଗୁରତା ବ୍ୟସ୍ତ କରେ,

ନିଜ ଦୁର୍ବଳତା, ଆଣେ ବିରକ୍ତି ଭାବ,

ବିବଶତା,ବହନ କରିବାକୁ ପଡେ,

ଅପରିମିତ ସାମର୍ଥ୍ୟ ଥାଇ ସୁଦ୍ଧା

ଚାଲିବାକୁ ହୁଏ

ସେ,

ଚିରାଚରିତ ପଥରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract