ଜୀବନ ରସରେ ପ୍ରେମ
ଜୀବନ ରସରେ ପ୍ରେମ
ହେଉ ପଛେ ମୋହ ଜୀବନର ରସ
ସେ ରସ ଜୀବନ ଟାଣେ
ଜୀବନ ରସରେ ପ୍ରେମର କଲ୍ଲୋଳ
କରେ ଯିଏ ସିନା ଜାଣେ
ଅପ୍ରେମ ରସରେ କି ଅଛି ଜୀବନ
ଜୀବ କୁ ଜୀବେଷ ଭୂଣେ ।
ପ୍ରେମର ପରଶ ପାଇ ପାଉଥିଲେ
ଜିହୀର୍ଷୁ ଯୌବନ ମତି
ଜୀବନ ଦେଖନ୍ତି ପ୍ରେମର ଆନନ୍ଦେ
ଶୃଙ୍ଗାର ସୁଖ କୁ ଚିନ୍ତି
ବାକି ଯେତେ ପ୍ରେମ ଜଗତ କଲ୍ୟାଣ
କଣାଦଙ୍କ ଏହି ଉକ୍ତି ।
ପିତାଠାରେ ପ୍ରେମ ପୁତ୍ରର ଭକତି
ପୁତ୍ର ଠାରେ ପ୍ରେମ ସ୍ନେହ
ପ୍ରୀତି ପରସ୍ପର ହେଉଥିଲେ ଭାବ
ରହେ ନାହିଁ ଅନ୍ତରାୟ
ପ୍ରତ୍ୟାଶା ଭକତି ପ୍ରେମ ପ୍ରତ୍ୟର୍ପିତ
ସେ ପ୍ରେମ ପ୍ରବୃତ୍ତି ଦ୍ରୋହ ।
ମାତାଠାରେ ପ୍ରେମ ଅବ୍ୟକ୍ତ ଆଦାନ
ସନ୍ତାନ ରେ ସ୍ନେହ ଲକ୍ଷ୍ୟ
ସନ୍ତାନକୁ ମାତା ମାଧୁରୀ ମାତୃକା
ସନ୍ତାନ ତା ପ୍ରେମ ସୁଖ
ପ୍ରେମର ମାନକ ନାହିଁ ଏଠି କିଛି
ଅପତ୍ୟ ହୃଦୟ ଡାକ ।
ପ୍ରେମ ଏକ ଭାବ ଅନ୍ୟକୁ ପ୍ରକାଶ
ନାହିଁ ହାନି ଲାଭ କ୍ଷତି
ପ୍ରେମ ପରିବୃତ୍ତ ନିସ୍ଵାର୍ଥ ସେବିତ
ପ୍ରେମରେ ପିୟୁଷ ପୂର୍ତ୍ତି
ପ୍ରେମ ଏକ ପୂଜା ପୂଜାରୀ ପ୍ରୀଣିତ
ଆଶ୍ରା ନିର୍ବିକାର ଗତି I
ଦୁଇ ଦିନ ଅଟେ ଅଳିକ ଜୀବନ
ଦୁଇ ଦିନ ଆମ ପ୍ରେମ
ପ୍ରେମରେ ବାନ୍ଧିଲେ ଏ ସାରା ଜଗତ
ପ୍ରେମ ମୟ ହୁଏ ଧାମ
ପ୍ରେମ ଦିଏ ମାନ ମ଼ହତ ସବୁଠି
ପ୍ରେମ ଭକ୍ତି ମହା ସ୍ନାନ I