ଜୀବନ ରାଗ ୨୭
ଜୀବନ ରାଗ ୨୭
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଲାଲ ଜର୍ଜରିତ ହୋଇପଡ଼ିଛି କଲମ
ଇଚ୍ଛା କରେନା ଚାଲିବାକୁ ଆଜି
ସ୍ୟାହି ଶେଷହେବାର ସନ୍ଦେହ ଭିତରେ
ଖୋଲି ଦେଖିଲେ ସଦାବେଳେ ଲାଗେ
ବାକି ଅଛି ବିନ୍ଦୁଏ ଜୀବନ ।
ଯମ ସହିତ ଲଢ଼ିବାକୁ ଆପ୍ରାଣ ଉଦ୍ୟମ
କେବଳ ଆଉ କେବଳ
ସେଇ ସ୍ଥିତି ପାଇଁ
କି ଦୁର୍ବାର ଏଇ ନିଶା !
ବିଗତ ଲମ୍ବା ରାସ୍ତାର ପଦଚିହ୍ନ
ଧୋଇଗଲାବେଳେ ବିବ୍ରତ କରିନି ଏମିତି !
ଦୁଃଖରେ ସୁଖରେ କେଇବାର ଭାଙ୍ଗିଛୁ ?
ପୁନର୍ବାର ଉଠି ପୁଣି କେତେ ସୌଧ ଗଢ଼ିଛୁ ।
ହଜିଗଲାଣି କି ସେଇ ଦମ୍ଭ ମାନ ଅପମାନ !
ଅନିଛାରେ ଭୂଲୁଣ୍ଠିତ ଶରୀର ଓ ମନ
ଆଗରେ ସମ୍ଭାବ୍ୟ ଜୁଇ ଡାକେ ହାତ ଠାରି
ହେଜିଲୁନି ପାର୍ଥକ୍ୟ ଶବ ଓ ଶିବରେ
ହିସାବ ନିକାଶରେ ଗଣିତ ଓଲମ ବିଲମ ଦେଖି
ଶ୍ୱାସକୁ ଫାଶ ବସାଇବାକୁ ବଳାଉଛୁ ମନ !