STORYMIRROR

Abhakanta None

Inspirational

3  

Abhakanta None

Inspirational

ଜୀବନ ପର୍ଯ୍ୟାୟ

ଜୀବନ ପର୍ଯ୍ୟାୟ

2 mins
7.1K



( ବନ୍ଧୁଗଣ ମୋର ସୀମିତ ବୁଦ୍ଧିରେ ଜୀବନ ସମ୍ବନ୍ଧୀୟ କଥା କୁହନ୍ତୁ ଦର୍ଶନ କୁହନ୍ତୁ ବା ଆପଣା ଭାବରେ ଯାହା କୁହନ୍ତୁ କିନ୍ତୁ ପ୍ରତ୍ୟେକଙ୍କୁ ତା ଉପରେ କଞ୍ଚିତ ଜ୍ଞାନ ରଖିଵା ଉଚିତ୍, ଫଳରେ ପରିସ୍ଥିତିର ଚପୋଟାଘାତରେ ହଲି ଦୋହଲି ଚାଲିଲେ ବି ଜୀବନ ଅନ୍ତତଃ କିଛି ପରିମାଣରେ ଠିକପଥ ଧରି ଚାଲେ ବା ଚେଷ୍ଟା କରେ ଚାଲିବାରେ । ଏଇ ଭାବ ଦିନେ ହୃଦୟ ଛୁଇଁବାରୁ ଏ'ଜୀବନ ପର୍ଯ୍ୟାୟର ଅୟମାରମ୍ଭ ହେଲା ସେ କଠିଣ ଜ୍ଞାନକୁ ସହଜ ସାବଲିଳ କରିବାକୁ ଚେଷ୍ଟା କରିଛି ସାଧ୍ୟମତେ, ଆଶା ବହୁଲୋକ ବୁଝନ୍ତୁ ଅଳ୍ପେ ବହୁତେ । ଆଗକୁ ତ ପ୍ରତିଟିକୁ ଚୁମ୍ବକେ ବାଖ୍ୟା କରିଛି ହେଲେ ଏବେ ସେ ସବୁର ସମାହାର ରୂପେ ଉପକ୍ରମଣୀକାଟି ଆଗ ରଖୁଛି , ସ୍ବ ଗୁଣରେ ବିଚାରିଲେ ମୋର ସେ ସମୟର ସଦୁପୋଯୋଗ ହୋଇ ପାରିଛି ଜାଣି କୃତାର୍ଥ ହେବି । )


ଜନ୍ମଠୁଁ ଜୀବନ ଅନେକ ପର୍ଯ୍ୟାୟେ ତୋଳେ ତାର ଗତି ଛନ୍ଦ

ଅସୀମ ପର୍ଯ୍ୟାୟ ସହଜ ନୁହଁଇ କରିବା ବାଖ୍ୟାରେ ବନ୍ଦ

ତେଣୁ ମୂଳାଧାର ସୂଚାଇ ସୂଚାଇ ଦିଏ ତା ପ୍ରଧାନ ପର୍ବ

ଯାହାର ଅଧିନେ ସଦା ରହିଅଛି ବ୍ରହ୍ମାଣ୍ଡର ଵଇଭବ

ବିଭୁ ପ୍ରଦତ୍ତ ଏ' ଏହାବିନା ଯାହା ମାନବର କୃତ୍ତ୍ୟ ପରା

ନିଜର ଯୁକ୍ତିରେ ମାନବ ବଖାଣେ ଦେଇ ହୃଦ ଭାବଧାରା

ତେଣୁ ଯୁକ୍ତିହୀନେ ରହୁ ଏ ମନ୍ତବ୍ୟ ଏତିକି ମୋ ଅନୁରୋଧ

ହଅଁ ଏହାପରେ ପ୍ରତିଟି ବାଖ୍ୟାରେ ଦେଇଛି ମୋ ଭାବ ଛନ୍ଦ

ତା ଉପରେ ଯୁକ୍ତି ମନ୍ତବ୍ୟ ପ୍ରଦାନେ ହେବିନାହିଁ ହତୋତ୍ସାହ

>ଏ ପର୍ବଟି କିନ୍ତୁ ଅଛି ତାଠୁ ଦୂରେ ଯେଣୁ ପରମର ଦେୟ

ପ୍ରତି ଜୀବନରେ ଗୋଟିଏ ଧରମ ଆମର ମାନବ ଧର୍ମ ||


ବିଶ୍ବାସ ଦୁଇଟି ଏକ ଶବ୍ଦ ବ୍ରହ୍ମ ଆରେକଟି ଶୁନ୍ୟବ୍ରହ୍ମ

ଜାତି ଦୁଇଭାଗେ ବିଭକ୍ତ ଗୋଟିଏ ନାରୀ ଅନ୍ୟଟି ପୁରୁଷ

ସ୍ବର୍ଗକୁ ଅପ୍ରାପ୍ତି ନରକକୁ ପ୍ରାପ୍ତି ଭୟର ଏ ଦୁଇ ଅଂଶ

ସତ ଅସତରେ ପଥ ଦ୍ବିଖଣ୍ଡିତ ଆସ୍ତି ନାସ୍ତି ପ୍ରାପ୍ତି ରୂପ

ମିତ୍ରତା ଶତ୍ରୁତା ଦୁଇଭାଗେ ସିନା ସମ୍ବନ୍ଧର ଛଇଛାପ

କର୍ମ ରୂପ ପାଏ ସତ୍କର୍ମ ନିଷ୍କର୍ମେ ଚିନ୍ତନର ପରିପ୍ରେକ୍ଷି

ଦୁଇଭାଗେ ବଣ୍ଟା ଏକ ଅନ୍ତର୍ମୁଖୀ ଆରେକଟି ବାହ୍ୟର୍ମୁଖୀ

ବ୍ୟବହାର ଦୁଇ ଭାଗରେ ବଭକ୍ତ ପ୍ରଥମଟି ସ୍ବର୍ଥୋଚିତ

ଆରେକ ସଂସାରୋଚିତ ବୋଲି ସଦା କହିଥାଆନ୍ତି ପଣ୍ଡିତ

ଶାନ୍ତି ଦୁଇଭାଗେ ଗୋଟିଏ ଆତ୍ମିକ ଆରଟି ପାରବାରିକ

ଅନ୍ତ ଓ ଅନନ୍ତ ଦୁଇଟି ରୂପରେ ବଣ୍ଟିତ ହୋଇଛି ସୁଖ

ଦୁଃଖ ଦୁଇଭାଗ ପ୍ରଥମ କାୟୀକ ମାନସିକ ଦିତ୍ବୀୟଟି

ସବଳ ଦୁର୍ବଳ ଦୁଇ ପର୍ଯ୍ୟାୟରେ ପନ୍ଥି ହୋଇ ରୁହେ ବାଣ୍ଟି

ପାପ ଆଉ ପୁଣ୍ୟ ଦୁଇ ଦୁଇ ଭାଗ ଜ୍ଞାତ ଓ ଅଜ୍ଞାତେ ପାପ

ମନାଦୃତ,ଜନାଦୃତରେ ରହିଛି ପୁଣ୍ୟତାର ଛଇଛାପ

ଉପକ୍ରମଣୀକା ସଜାଇଛି ସିନା ଆଗେ ଦେଉଛି ବର୍ଣ୍ଣନା

ବର୍ଣ୍ଣନାରେ ତୃଟି ରହିପାରେ ଯେଣୁ ତାହା ମୋ ହୃଦ ଭାବନା

ହେ ବୁଧ ପାଠକେ ! ତବ ହୃଦଭାବ ଅଥାହ ସାଗର ପରି

କୃତାର୍ଥ ହୋଇବି ସେ ଭାବ ମୋ ଭାବେ ପାରିଲେ ଆଦର କରି ||


Rate this content
Log in

Similar oriya poem from Inspirational