STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

ଜୀବନ ପ୍ରତିଯୋଗିତା

ଜୀବନ ପ୍ରତିଯୋଗିତା

1 min
184

ଜୀବନର ପଥେ ପ୍ରତିଯୋଗୀ ସର୍ବେ 

କିଏ ଆଗେ କିଏ ପଛେ ଧାଏଁ ଭବେ


କାହାର କା' ପାଇଁ ଦରଦ ନ ଥାଇ,

ଦରଦ ଥିଲେ ବି ଅପେକ୍ଷା ତ ନାହିଁ


ଯେଝା ବାଟେ ଯିଏ ଧାଇଁ ଖରତର

ଜିତିଯିବା ପାଇଁ ସଦା ହରବର


ଅନ୍ତହୀନ ପଥେ କିଏ ପଥଚ୍ୟୁତ,

ପର ପାଇଁ ନାହିଁ ଗୋଟିଏ ମୁହୂର୍ତ୍ତ


ତଥାପି ଧାବନ୍ତି ପ୍ରତିଯୋଗୀ ଗଣ,

ଲକ୍ଷ୍ୟ ପରେ ସ୍ଥିର ନିରତ ନୟନ


କିଏ ବା ଜିତିବ କିଏ ବା ହାରିବ

କାହା ପରେ କିଏ ଜୟ ବା କରିବ


ଆଶା-ନିରାଶା ର ଛକାପଞ୍ଝା ଖେଳ

ଅକସ୍ମାତ କା'ର ସରିଯାଏ ବେଳ


ଲକ୍ଷ୍ୟ ଭୁଲି ଯାଏ ଯେଉଁ ନର ଗୋଟି

ଧକା ଖାଇ ଭୂମି ପରେ ପଡେ ଲୋଟି


ମାଡ଼ି ଚଢି ଏକୁ ଆରେକ ଦଉଡି,

ଅକାରଣେ କାହା ଚେତା ଯାଏ ବୁଡି


ଏ ଭାବେ ଜୀବନ- ପ୍ରତିଯୋଗିତାରେ

ନୀତି ଧାଁ ଦଉଡ ଅଜ୍ଞାନ- ଅନ୍ଧାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract