STORYMIRROR

Bijay Prusty

Romance

3  

Bijay Prusty

Romance

ଜୀବନ ପ୍ରଦୀପ

ଜୀବନ ପ୍ରଦୀପ

1 min
174


ଜୀବନ ଜାଳୁଛି ଦୀପଟିଏ ଏଠି

ଯୌବନ ଜାଳୁଛି ନିଆଁ

ବଡଦାଣ୍ଡେ ଜଳେ ସ୍ୱପ୍ନ ଜତୁଗୃହ

ପାଇବାକୁ ପ୍ରୀତିଛୁଆଁ I

ଜଳିବାରେ ମଧ୍ୟ ଖୁସି କିଛି ଥାଏ

ନାହିଁ ତାହା ଜାଳିବାରେ

ଛୋଟିଆ ଦୀପଟେ ମିଞ୍ଜି ମିଞ୍ଜି ଜଳି

ଅନ୍ଧକାର ଦୂରକରେ I

ଗୋଲାପ ଶୁଖିଛି ବାସନା ହଜିଛି

ମଧୁପ ଦିଶୁନି କାହିଁ

ଜୀବନ ଜାଳୁଛି ପ୍ରୀତିର ସଳିତା

ମରଣ କହୁଛି ନାହିଁ I

କାହିଁପାଇଁ ସଖି ମନ ବଗିଚାରେ

ଫୁଟିଥିଲ ଫୁଲ ହୋଇ

ଜାଳି ଦେଇଗଲ ଦେହ ମନ ପ୍ରାଣ

ରହିଗଲ ସ୍ମୃତି ହୋଇ I

        


Rate this content
Log in

Similar oriya poem from Romance