Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Kumar Biswal

Tragedy Inspirational Thriller

4.3  

Tapan Kumar Biswal

Tragedy Inspirational Thriller

ଜୀବନ ଓ ରଙ୍ଗ

ଜୀବନ ଓ ରଙ୍ଗ

1 min
12.3K



ଜୀବନର ରଙ୍ଗ           ବଦଳି ଯାଇଛି


       କେବେ ଗାଢ଼ କେବେ ଫିକା l


ସାମାଜିକ ଢ଼ଙ୍ଗ          ପ୍ରକାଶ ପାଉଛି


         ଭାଙ୍ଗି ସବୁ ନିରବତା ll


ବିଶ୍ୱର ଚଳଣୀ           ବଦଳି ଯାଇଛି


        ସ୍ୱଚକ୍ଷୁରେ ଥରେ ଦେଖ l


ସାମାଜିକ ଶବ୍ଦ         ଦୁରେଇ ଯାଉଛି


         ଛାଡି ଯିବନି ତ ପାଖ ll


ଶୁଭୁନାହିଁ ଆଉ          ମିଛ ଅଭିନୟ


          ଝରୁନି ଆଖିର ଲୁହ l


ବାସ୍ତବତା ଦେଖି          ଲାଗୁଅଛି ଡର


       ହାତ ଛାଡିଦେଲା ମୋହ ll


ରଙ୍ଗହୀନ ହୋଇ         ରଙ୍ଗ ସାଉଁଟୁଛି


         ସହଜକେ ମିଳି ଯିବ l


ଯେଉଁ ରଙ୍ଗ ଯଦି        ଥରେ ଉଡ଼ିଗଲା


         ସୁନ୍ଦର କି ଦେଖାଯିବ ll


ସାତ ରଙ୍ଗ ବୋଲି        ସଭିଏଁ ଜାଣନ୍ତି


         ରହିଛି ଅନେକ ବାକି l


ଅପମାନ ରଙ୍ଗ         ଗାଢ଼ କଳା ବର୍ଣ୍ଣ


       ପାସୋରି ଗଲ ସତେକି ??



ଜୀବନେ ଅନେକ        ରଙ୍ଗ ଭାରି ଅଛି


          କିଛି ଜଣା ଓ ଅଜଣା l


ସୁକର୍ମ ରଙ୍ଗରେ        ମିଳେ ସୁଖ ଶାନ୍ତି


        ମାଗଣା ରଙ୍ଗେ ଯନ୍ତ୍ରଣା ll


ନିଜେ ରଙ୍ଗ ଦିଅ        ଆପଣା ଜୀବନେ


         ହୁଅନାହିଁ ରଙ୍ଗହୀନ l


ନୀତି ନିନ୍ଦୁଥାଏ         ଆପଣା ଭାଗ୍ୟକୁ


        ହୁଏ ଯିଏ ରଙ୍ଗ ହୀନ l l




Rate this content
Log in

Similar oriya poem from Tragedy