STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଜୀବନ ନଉକା

ଜୀବନ ନଉକା

1 min
386

ଜୀବନ ନଉକା ପାରି ହେବୁ ଯଦି

ପଥର ପଡିଲେ ସହିବୁ

ଝଡ଼ କି ବତାସ ଆଉ ଅବା ଫାସ

ସଭିଙ୍କୁ ସାମନା କରିବୁ


ବିପଦ ଆସିଲେ ଡରିଯିବୁ ନାହିଁ

ଧୌର୍ଯ୍ୟ ହାରିବୁନି ମନରେ କେବେ

ତେବେ ସିନା ତୁହି ଜଗତ ଜିଣିବୁ

ସଭିଙ୍କ ଆଦର୍ଶ ହୋଇବୁ ତେବେ


ସୁଖରେ ନହସି ଦୁଃଖରେ ନକାନ୍ଦି

ସତ୍ୟ, ନ୍ୟାୟ ପଥେ ଚାଲିବୁ ତୁହିଁ

ସଭିଙ୍କୁ ଆଦରି ଧର୍ମ କାମ କଲେ

ଜୀବନ ଯୁଦ୍ଧରେ ହାରିବୁ ନାହିଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract