ଜୀବନ ନଉକା
ଜୀବନ ନଉକା
ଜୀବନ ନଉକା ପାରି ହେବୁ ଯଦି
ପଥର ପଡିଲେ ସହିବୁ
ଝଡ଼ କି ବତାସ ଆଉ ଅବା ଫାସ
ସଭିଙ୍କୁ ସାମନା କରିବୁ
ବିପଦ ଆସିଲେ ଡରିଯିବୁ ନାହିଁ
ଧୌର୍ଯ୍ୟ ହାରିବୁନି ମନରେ କେବେ
ତେବେ ସିନା ତୁହି ଜଗତ ଜିଣିବୁ
ସଭିଙ୍କ ଆଦର୍ଶ ହୋଇବୁ ତେବେ
ସୁଖରେ ନହସି ଦୁଃଖରେ ନକାନ୍ଦି
ସତ୍ୟ, ନ୍ୟାୟ ପଥେ ଚାଲିବୁ ତୁହିଁ
ସଭିଙ୍କୁ ଆଦରି ଧର୍ମ କାମ କଲେ
ଜୀବନ ଯୁଦ୍ଧରେ ହାରିବୁ ନାହିଁ
