STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଜୀବନ ନିକୁଞ୍ଜେ

ଜୀବନ ନିକୁଞ୍ଜେ

1 min
13.5K


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଜୀବନ ନିକୁଞ୍ଜେ ନିତି ଜଳେ ସଂଜେ

ପ୍ରମୋଦ ପ୍ରଦୀପ ରେ ।୦।

ଜମି ଭଣ୍ଡ ମିତ ଗାଇ ନାନା ଗୀତ

ହରନ୍ତି ଦୁରିତ ମୋହି ଦେଇ ଚିତ୍ତ

ତାଙ୍କ ଗାନେ ମତ୍ତ ହୋଇ ଦେବା ବିତ୍ତ

ନୁହଁଇ ଅଳପ ରେ ।୧।

ନବୀନ ନାଗରୀ କରନ୍ତି ନର୍ତ୍ତନ

ନୀରେ ନାଚେ ଯେହ୍ନେ ଚନ୍ଦ୍ରମା କିରଣ

ଗଢ଼ିଛି ବିରଞ୍ଚି ତାଙ୍କୁ ବସି ପାଞ୍ଚି

କେତେ ଯେ କଳପ ରେ ।୨।

ବସନ୍ତେ ମଧୁପ ମଧୁ ପାନେ ଯଥା

ହୁଏ ମୋ ହୃଦୟ ଦ୍ରାକ୍ଷା ରସେ ତଥା

ସାଜି ହୋଇ ସାଜେ ବସି ରମ୍ୟ କୁଞ୍ଜେ

ମଣଇଁ ଅଧିପ ରେ ।୩।

ହସ ଖେଳେ ମାତି କଟିଯାଏ ରାତି

ଭୟ ନ ଜନ୍ମାଏ କାଳକୂଟ ଗତି

ମାନସେ ଆନନ୍ଦ- ବାତ ବହି ମନ୍ଦ

ହରଇ ସନ୍ତାପ ରେ ।୪।

ଜଟିଳ ଜଗତେ ଏ ପିଚ୍ଛିଳ ପଥେ

ଯାଅ ଯଦି ଚଢ଼ି ମାୟା ମୋହ ରଥେ

ଖସିବ ନିଶ୍ଚୟ କାନ୍ଦିବ ହୃଦୟ

ଭାଷଇ ଅନୁପ ରେ ।୫।



ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics