STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ଜୀବନ ନାଟକର ନିର୍ଦେଶକ

ଜୀବନ ନାଟକର ନିର୍ଦେଶକ

1 min
11.9K


ଜୀବନ ଯାତ୍ରା ର‌ ଗହନ ରାତ୍ରୀର

ତୁମେତ ଆଲୋକ ଜ୍ଵୋତି

ସଂସାର ପଥରେ ଚାଲିଲା ବେଳରେ

ତୁମେ‌ ମୋର ପ୍ରିୟ ସାଥୀ ।।


ଦୁଃଖ ନଦୀ ଧାରେ ତୁମେତ ନଉକା

ତୁମେ ପୁଣି କର୍ଣ୍ଣଧାର

ଜଂଜାଳ ଜ୍ଵଳନ ଅସହ୍ୟ ଜ୍ଜ୍ଵଳା କୁ

ତୁମେ ପ୍ରଶମିତ କର  ।।


ସୁଖ ବୋଇତ ମୋ ଅଗାଧ ସିନ୍ଧୁ ରେ

ରହା ସାହା ପାଉନାହିଁ

କାହିଁ ଅଛ ବିଶ୍ଵ ପୂରୁଷ ଡାକୁଛି

କୂଳେ ଲାଗିବ କି ନାହିଁ ।।


ତୁମକୁ ବିଶ୍ଵାସ କରି ଭରସାରେ

ବସିଛି ପ୍ରତିକ୍ଷା କରି

ତୁମେ ଅଗତିର ଗତି ହେ କୂଳରେ

ଲଗାଇବକି ମୋ ତରୀ ।। 


ବଞ୍ଚିବାର ରାହା ଦେଇ ଏ ମନରେ 

ଫୁଟାଇଛ ପ୍ରେମ ଫୁଲ

ଚାଲାବାକୁ ବାଟ ଦେଖାଇ ଦେଉଛି

ଶରୀରେ‌ ଦେଇଛ ବଳ ।।


ଜୀବନର ମହା ନାଟକ ମଞ୍ଚରେ

ତୁମେ ତ ନିର୍ଦେଶକ

ପରାଣ ବେଦୀରେ ତୁମକୁ ପ୍ରଭୁ ହେ

କରିଅଛ ଅଭିଷେକ ।।


ତୁମେ ତାତ ତୁମେ ମାତ ତୁମେ ବନ୍ଧୁ

ତୁମେ ତ ମୋ ସହୋଦର

ତୁମ ନେଇ ଭବ ସାଗର ରୁ ନାଥ

ଚାହିଁଛି ହୋଇବି ପାର ।।



Rate this content
Log in

Similar oriya poem from Abstract