Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

janmajaya nayak

Inspirational

3  

janmajaya nayak

Inspirational

ଜୀବନ ମୃତ୍ୟୁ

ଜୀବନ ମୃତ୍ୟୁ

1 min
129



କେହିବି ରହେ ନାହିଁ ଅମର ହୋଇ,

ଜୀବନ ପାଣି ଫୋଟୋକାଟେ ଅଟଇ ।

କେତେ ଦିନ ପାଇଁ ଏ ଧନ ଗରବ,

ମୃତ୍ୟୁ ଦିନେ ନା ଦିନେ ନିଶ୍ଚେ ଆସିବ।୧। 


ମିଛ ମୋହମାୟାର ମିଛ ସଂସାର,

ସ୍ୱାର୍ଥ ପୂରଣ ପରେ କରିବେ ପର ।

ସୁଖ ପଛରେ ତୁମେ ଯେତେ ଧାଇଁବ,

କାଳ ଯମ ସହିତ ଶୀଘ୍ର ଭେଟିବ।୨।


ଆଜି ଯିଏ ନିଜର କାଲି ଅଜଣା,

ବଦଳେ ଜୀବନ ରାସ୍ତାର ଠିକଣା ।

ଅତି ଲୋଭେ ବହୁତ କ୍ଷତି ସହିବ,

ଶେଷରେ ମୃତ୍ୟୁ ପାଖକୁ ଡାକିବ।୩।


ଲୋଭ ଓ ସ୍ଵାର୍ଥ ଜାଲରେ ପଡିଯାଇ,

ବିଚରା ପ୍ରାଣୀଟି ବହୁ କଷ୍ଟ ପାଇ ।

କାଳର କରାଳ ଗର୍ଭେ ପଡ଼ିଥାଇ ,

ନିଃଶ୍ବାସ ବି ତାହାକୁ ଧୋକା ଦିଅଇ।୪।


ଯେତେ ଦିନ ବଞ୍ଚିଛ ଧରମ କର,

ମାନବ ଜୀବନକୁ ସାର୍ଥକ କର ।

ପାଇବାର ଲାଳସା ହଟାଇ ଦିଅ,

ସତ୍ କରମ କରି ସୁଫଳ ପାଅ ।୫।


Rate this content
Log in

Similar oriya poem from Inspirational