STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Abstract

2  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Abstract

ଜୀବନ ଜୀଇଁଲି କେତେବେଳେ

ଜୀବନ ଜୀଇଁଲି କେତେବେଳେ

1 min
127

ହେତୁ ହେଲା ଯେବେ ମୋର

ଧରିଲି ସିଲଟ ଖଡ଼ି ଶିଖିଲି ବହି ପଢି

ହେଲା ଜ୍ଞାନର ଉଦୟ ଯେବେ

ମୋ କାନରେ ପଡିଲା

'ମଧୁବାବୁ ସଂଗେ ଲଢ଼ିବି

କାଳିଆ ଘୋଡା ମୁଁ ଚଢ଼ିବି

ଖାଇବି ମାଛ ମୁଁ ଇଲିସି

ଚାକିରୀ କରିବି ପୁଲିସି'

ବୟସର ତାରୁଣ୍ୟ ମୋତେ

ଆପେ ଆପେ ଶିଖେଇ ଦେଲା ଜୀବନ

ଜୀଇଁବାର ରାସ୍ତା କେତେ ଅଙ୍କାବଙ୍କା

ବଞ୍ଚିବାର ସାହାରା ହିଁ କେବଳ ଟଙ୍କା

ତା ପରେ

ଉଛୁଳା ଯୌବନର ଉଦାମତା ଦେଲା

ପ୍ରେମ ଓ ପ୍ରଣୟର ଇଶାରା

ଦେହ ଆଉ ମନ ଖୋଜିଲା ଜୀବନ ସାଥିଟିଏ

ସୁନ୍ଦରୀ ଲଲନାର ସାହାରା

ପାଇବାକୁ ସୁନ୍ଦରୀ ସ୍ତ୍ରୀ ଏବଂ 

ବଡ ଲୋକ ଶ୍ୱଶୁର ଘର,

ନିଜପାଇଁ ନିହାତି ଜରୁରୀ

ବଡ଼ ଚାକିରୀ ଓ ବେଶି ରୋଜଗାର

ଅକ୍ଲାନ୍ତ ପରିଶ୍ରମ ଓ ଧାଁ ଦଉଡ଼ ଭିତରେ

ମିଳିଗଲା ଉଚ୍ଚ ପଦବୀର ଚାକିରୀ

ରୋଜଗାର ଓ ସୁନ୍ଦରୀ ସ୍ତ୍ରୀଟିଏ

ସ୍ୱର୍ଗର ଅପସରି ପରି

ଛାଡ଼ିଲି ମୋ ବାପା ମାଆ ଓ ଗାଁ ଘର

ଗଢିବାକୁ ମୋ ନୂଆ ସଂସାର

ସାଙ୍ଗରେ ଧରି ମୋ ଜୀବନ ସାଥି

ସୁଖ ଦୁଃଖର

ଅଳ୍ପ କିଛି ଦିନ ପରେ

ହସି ଉଠିଲା ମୋ ଛୋଟ ସଂସାର

ମୋ ସ୍ତ୍ରୀ ଦୁଇ ପୁଅ ଓ ଭଡାଘର

ସ୍ତ୍ରୀର ଅଭିଯୋଗ ସବୁବେଳେ

ସାହୁବାବୁ ଆଣିଲେଣି

ଚାଳିଶି ଇଞ୍ଚର କେଡେ ସୁନ୍ଦର ଏଲିଡି

ସାମଲ ବାବୁ ଚଢୁଛନ୍ତି

ବିଲସପୂର୍ଣ୍ଣ ଦାମୀ କ୍ରେଟା ଗାଡି

ବାରମ୍ବାର ଶୁଣି ଶୁଣି ଅଭିଯୋଗ ତା'ର

ଖୁସିରେ ରଖିବାକୁ ମୋ ଘର ଓ ସଂସାର

ସବୁ କାମରେ ଲାଞ୍ଚ ନେଲି ମୋଟା ଅଙ୍କର

ସନ୍ତୁଳନ ରଖିବାକୁ ପ୍ରୟାସ ମୋର

ସଂସାର ଚାକିରୀ ଘର ଓ ବାହାର

ଜାଣି ପାରିଲିନି କେତେବେଳେ

ମୁଁ ହୋଇଗଲି ମଧୁମେୟ ଓ ରକ୍ତଚାପ ପରି

ଦୁରାରୋଗ୍ୟ ବ୍ୟାଧିର ଶିକାର

ତଥାପି ସଂଗ୍ରାମରେ ପଡିନି ଯବନିକା

ପିଲାମାନେ ବଡ଼ ହେଉଛନ୍ତି,

ପାଠ ପଢ଼ାରେ ଅବହେଳା ତାଙ୍କର

ଖର୍ଚ୍ଚ କରୁଛି ମୁଁ ଟଙ୍କା ମୋଟା ଅଙ୍କର

ଖୋଜୁଛି ବେସରକାରୀ ଶିକ୍ଷାସଂସ୍ଥା,

ଉଚ୍ଚ ଶିକ୍ଷିତ କରେଇବା ପରେ

ମିଳିଯିବ ତାଙ୍କୁ ମୋ ପରି

ଭଲ ଚାକିରୀ ଓ ରୋଜଗାର ପନ୍ଥା

ସରିନି ଏ ଯାଏ ମୋ ସଂସାର ଖେଳ

ସରି ସରି ଯାଏ ମୋ ଜୀବନ କାଳ

ଏ ଯାଏ ଜୀଇଁନି ମୁଁ ଜୀବନ

ତଥାପି ଜାରି ରହିଛି ମୋ ସଂଗ୍ରାମ

ବାକି ଅଛି କରିବାକୁ ଅନେକ କାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract