STORYMIRROR

Biswanath Nayak

Abstract

2  

Biswanath Nayak

Abstract

ଜୀବନ ଝରଣା ---------

ଜୀବନ ଝରଣା ---------

1 min
297

ଜୀବନ ଝରଣା


ଜୀବନ ବୁଝେନା

ମରଣର ମାନେ

ଆଲୋକ ଜାଣେନା ଅନ୍ଧକାର

ସପନ ବୁଝେନା

ନିରାଶାର ଭାଷା

ସେନେହ ଜାଣେନା ଅନାଦର 


ରାଗ ଆଉ ରୋଷ

ଧରଣୀ ଜାଣେନା

କୁସୁମ ବୁଝେନା କଠୋରତା

ଭକତି ଜାଣେନା

ଗର୍ବ, ଅହଙ୍କାର

ଧର୍ମାନ୍ଧତା ଆଉ ଆବିଳତା


ସଂକୀର୍ଣ୍ଣ ଭାବନା

ବୁଝେନା ସାଗର

ଆକାଶ ଜାଣେନା ସସୀମତା

ପ୍ରେମ ବୁଝେନାହିଁ

ପ୍ରତାରଣା ମାନେ

ସିକତା ଜାଣେନା ବନ୍ଧୁରତା


ବସନ୍ତ ବୁଝେନା

ଶୁଷ୍କ ନୀରସତା

ଜ୍ଞାନ ତ ବୁଝେନା ଅଜ୍ଞାନତା

କୁଳୁକୁଳୁ ନାଦେ

ନିର୍ଝରଣୀ ଝରେ

ଜାଣେନାହିଁ ସିଏ ଶିଥିଳତା


ହେ ମାନବ! ତୁମେ

ଜୀବନ, ଆଲୋକ,

ଆଶା ସେନେହର ପ୍ରେମଝର

ଅନନ୍ତ ଆକାଶ

ଗଭୀର ସାଗର

ସହନଶୀଳତା ପୃଥିବୀର


ଦିବ୍ୟ ଆଲୋକର

ଜ୍ଞାନାରୁଣ ତୁମେ

ଭକତି କୁସୁମ ପ୍ରଭୁଙ୍କର

ଆଶା ଡୋରେ ବାହ

ସପନ ନଉକା

ଛାର ମରଣକୁ କିବା ଡର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract