STORYMIRROR

Puspanjali Panda

Abstract

3  

Puspanjali Panda

Abstract

ଜୀବନ ଗଣିତ

ଜୀବନ ଗଣିତ

1 min
320

ଜୀବନରେ ଯେତେ ଝଡ଼

ଯେତେ ଝଞ୍ଜା ସାମ୍ନାକରି କରି।

ଆଉ ଡ଼ର ଲାଗେନାହିଁ

ଯେତେଯାହା ଝଡ଼ ଆସୁ

ଯେତେବଡ଼ ଉଲକା ଖସୁ

ସବୁକିଛି ଯିବ ପଛ କରି।।

ପରିବର୍ତ୍ତନ ସହିତ

ଜୀବନର ମୃତ୍ୟୁ ର ଆବର୍ତ୍ତନ ରେ ।

ଥଳକୂଳ ନମିଳିଲା ନାହିଁ

ଦୁଃଖ ନାହିଁ, ତୁମରି ଇଛାରେ

ନିଏ ବାହି ତରୀ ଏହି ସଂସାର ସାଗରେ।।

କ୍ରମଶଃ, ସମୟ ବଢେ ,ବଢୁଥାଏ ଜୀବନର ମୂଲ୍ୟ

ବୁଝିବାରେ ଟିକେ ଡେରି ସତ।

କେବଳ ଭାସିଛି,ଆଶାକରି 

କାଳେ ଯଦି ମିଳିଯିବ ସୁଖ ଅସିମୀତ।।

ଅସମାହିତ ଜୀବନର ସମାଧାନ ସୁତ୍ର।

ବୃତ୍ତାକାର ସମୟରେ ମାଡ଼ି ବସେ କେବେକେବ ସରଳରେଖାର ବର୍ଗାକାର କ୍ଷେତ୍ର।।

କେମିତି ବୁଝିବ କିଏ, ସଭିଏ ଯେ ବନ୍ଦୀ

ସମୟ ସହିତ ଚାଲେ ଆୟୁଷର ଭାଗଶେଷ

ଆଉ ଯାହା ଯେତେ ସବୁ ଫନ୍ଦୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract