STORYMIRROR

Bijay Prusty

Abstract Romance

2  

Bijay Prusty

Abstract Romance

ଜୀବନ ଗୀତିକା

ଜୀବନ ଗୀତିକା

1 min
100


ଏ ଜୀବନ ଏକ ଅଭୁଲା କାହାଣୀ

ଅନ୍ତହୀନ ଏକ ଗପ

ଗପ ଯେତେବେଳେ ଅଧା ରହିଯାଏ 

ଲାଗେ ଅବା ଅଭିଶାପ I

ଭଲପାଏ ବୋଲି ଫୁଲର ସହର

ଅନ୍ଧହେଲା ମୋର ଆଖି

ଏତେ ଆପଣାର ହେଲ ବୋଲି ତୁମେ

ପାରିଲିନି କିଛି ଦେଖି I

ତମାମ ଆକାଶେ ତାରାଙ୍କ ମେଳରେ

ଖୋଜିଲି ମୁଁ ସାରା ରାତି

ଅସହଣୀ ହେଲା ପ୍ରକୃତି ମୋ ପାଇଁ

ଶୀତରେ ଥରିଲା ଛାତି I

ତୁମ ସହ ମିତ ବସିବି ବୋଲି ମୁଁ

ଭାଭିଥିଲି ମନେ ମନେ

ଜୀବନ ନଈରେ ଶୁଖିଲା ପତ୍ରଟେ

ହୋଇ ଭାସିଗଲି ଦିନେ I

        


Rate this content
Log in

Similar oriya poem from Abstract