STORYMIRROR

Sarojini Jena

Inspirational

3  

Sarojini Jena

Inspirational

ଜୀବନ ଗୀତିକା

ଜୀବନ ଗୀତିକା

1 min
163


ପୃଷ୍ଠା ପରେ ପୃଷ୍ଠା ଜୀବନର ପୃଷ୍ଠା

            ଯେପରି ଓଲଟି ଯାଉଛି,

ଆଖିରୁ ସପନ ସପନରେ ନିଦ

            ରାତି ଯେବେ ପାହି ଯାଉଛି l


କଅଁଳ ପୃଥିବୀ ଦିନେ ଛୋଟ ଥିଲା

            ଆଜି ସେ ବୃଦ୍ଧ ହୋଇଛି,

ନୀରବତା ଏଠି ମୁକସାକ୍ଷୀ ତାର

            ଦିନ ସରି ସରି ଯାଉଛି l


ଆରମ୍ଭଟା ଥିଲା ଯେବେ ସୁଖ ଦିନେ

            ଦୁଃଖଟା ଯେ ଉଙ୍କି ମାରୁଛି,

ଦୂର ଦିଗବଳୟେ ସୁରୁଜ ଲୁଚିଲେ

            ଅନ୍ଧାରଟା ଘୋଟି ଆସୁଛି l


ଜୀବନ ଯୁଦ୍ଧ ରେ ସୈନିକ ଟା ଯେବେ

            ଯୁଦ୍ଧ କରି ହାରି ଯାଉଛି,

ଜୀବନର ଲେଖା କଳା କାଗଜରେ

            ଲିଭି ଲିଭି ସରି ଯାଉଛି l


ଶାମୁକା ରେ ମୋତି ରହିଗଲା ପରି 

            ହୃଦୟରେ ହସ ଭରିଛି,

ସଭିଙ୍କୁ ନିଜର କରିଲେ ତ ପୁଣି

            ସେହି ଖୁସି ଦିନ ଫେରୁଛି l


ହଜିଗଲା ଦିନ ଆଉ ଫେରିବନି

             ମନ ଉଦବେଳିତ ହେଉଛି,

ପୃଷ୍ଠା ପରେ ପୃଷ୍ଠା ଲେଉଟାଇ ସେତ

             ଜୀବନ ଗୀତିଟା ଗାଉଛି l



Rate this content
Log in

Similar oriya poem from Inspirational