STORYMIRROR

Geeta Sarangi

Tragedy

4  

Geeta Sarangi

Tragedy

ଜୀବନ ଗୀତା-୪୧୯

ଜୀବନ ଗୀତା-୪୧୯

1 min
238

ଜୀବନ ଯେବେ ହାମୁଡେଇ ପଡେ

କରିବାକୁ ତାକୁ ଠିଆ

କେତେଯେ ଲୋଡା ହୁଅଇ ଯତନ

ଲାଗଇ କେତେ ପାରିଆ ॥୦॥

ଓଲଟ ସମୟ ଓଲଟାଇ ଦିଏ

ଜୀବନର ସବୁକିଛି

ଗୁମୁରି କାନ୍ଦଇ ଜୀବନତ ନିତି

ଆଖିଲୁହ ପୋଛିପୋଛି

ଏମିତି ବେଳେ ପିଠି ଆଉଁଷାରେ

ସାହାସ ପାଏ ତା ହିଆ ॥୧॥

ଅଭୟ ବରଦ ହାତଟିଏ ଲୋଡା

ଆଶୀର୍ବାଦ ଟିକେ ପାଇଁ

ବିଭୁ କରୁଣାରୁ ଯୋଡି ହୋଇଯାଏ

ଜୀବନର ଫଟାଭୂଇଁ

ଲାଗେନା ଆଉ ଜୀବନରେ କେବେ

ନିଜକୁତ ଏକୁଟିଆ ॥୨॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy