ଜୀବନ ଗୀତା-୩୧୦
ଜୀବନ ଗୀତା-୩୧୦
ଜୀବନ ନୁହେଁ ପିପିଲି ଚାନ୍ଦୁଆ
କଟକର ତାରକସି
ଆକାଶେ ତାରା ଗୋଟା ଦେହସାରା
ପଡିଥିବେ ତାର ଖସି ॥୦॥
କୁଟିକମ ଭରା ତାର ଦେହସାରା
ଇନ୍ଦ୍ରଧନୁ ଝଲସିବ
ସାତରଂଗ ନେଇ ହେବ ସେ ସଜେଇ
ପରୀ ପରି ଦିଶୁଥିବ
ମୁହଁରେ ତାର କୋଟିଏ ଜହ୍ନର
ଜୋତ୍ସ୍ନା ହୋଇଥିବ ନେସି ॥୧॥
କେତେକେତେ କ୍ଷତ ସାରା ଦେହହାତ
ଦାଗ ହୋଇ ରହିଯିବ
କଳଙ୍କର କଳା ତା ମଥାରେ ପରା
ତିଳକ ହୋଇ ରହିବ
ଜୀବନ ପଥେ ଆଗେଇବ ଯେତେ
ଆପଣେଇ ନେବ ହସି ॥୨॥