STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୩୧୦

ଜୀବନ ଗୀତା-୩୧୦

1 min
223


ଜୀବନ ନୁହେଁ ପିପିଲି ଚାନ୍ଦୁଆ

କଟକର ତାରକସି

ଆକାଶେ ତାରା ଗୋଟା ଦେହସାରା

ପଡିଥିବେ ତାର ଖସି ॥୦॥

କୁଟିକମ ଭରା ତାର ଦେହସାରା

ଇନ୍ଦ୍ରଧନୁ ଝଲସିବ

ସାତରଂଗ ନେଇ ହେବ ସେ ସଜେଇ

ପରୀ ପରି ଦିଶୁଥିବ

ମୁହଁରେ ତାର କୋଟିଏ ଜହ୍ନର

ଜୋତ୍ସ୍ନା ହୋଇଥିବ ନେସି ॥୧॥

କେତେକେତେ କ୍ଷତ ସାରା ଦେହହାତ

ଦାଗ ହୋଇ ରହିଯିବ

କଳଙ୍କର କଳା ତା ମଥାରେ ପରା

ତିଳକ ହୋଇ ରହିବ

ଜୀବନ ପଥେ ଆଗେଇବ ଯେତେ

ଆପଣେଇ ନେବ ହସି ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational