STORYMIRROR

Banabihari Mishra

Abstract

2  

Banabihari Mishra

Abstract

ଜୀବନ ଗୀତ

ଜୀବନ ଗୀତ

1 min
3.4K

କ୍ଷଣ ପ୍ରତିକ୍ଷଣ      ଜୀବନ ଦୀପରୁ

     ତେଲ ସରିସରି ଆସେ

ବାଲ୍ୟକାଳ ପରେ  କୈଶୋର ଯୌବନ

     ପୁଣି ଜରା ମାଡିବସେ

ଏକାଠି ହୁଅନ୍ତି    କଫ ବାତ ପିତ୍ତ

     ହୁଏ ପ୍ରାଣ କଣ୍ଠାଗ୍ରତ 

ତେଣୁ ରେ ବାତୁଳ  ଉଦ୍ଦଣ୍ଡ ମୋ ମନ

     ଭଜୁଥା ଜଗତ ନାଥ

ମନରେ ରଖିଥା    ଧନ ଜନ ଯାହା

     ଅରଜିଛୁ ଏ ଜୀବନେ

ସବୁ ରହିଯିବ     ଏଇ ପୃଥିବୀରେ

     କି ନେବୁ ଭାବିଛୁ ମନେ

ପିନ୍ଧିଲା ବସନ    ସାଥେ ଯିବନାହିଁ

     ସବୁ ଖେଳ ମିଛ ମାୟା

ପାଉଁଶ ହୋଇବ   ମାଟିରେ ମିଶିବ   

     ଏ ତୋର ସୁନ୍ଦର କାୟା

ଘେରି ରହିଛନ୍ତି    କାମ କ୍ରୋଧ ଲୋଭ

     ମୋହ ଆଦି ଷଡରିପୂ

ସଂସାର ମାୟାରେ  ଗଞ୍ଜି ହେବୁ କିଏ

     ତାରିବ ସଂସାର ତାପୁଁ

ବେଳ ଥାଉଁ ଥାଉଁ   ହରିନାମ ଭଜ

     ନଥିବ ଶମନ ଭୟ

ହରିନାମ ଅଟେ    ମହତ ଔଷଧ

     କରିବୁ ତୁ ରିପୁ ଜୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract