STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ଜୀବନ ଏକ ଖାତା ପରି

ଜୀବନ ଏକ ଖାତା ପରି

1 min
192


ଜୀବନ ଏକ ଖାତା ପରି

ଦୁଇଟି ପୃଷ୍ଠାରେ ତିଆରି।


ପ୍ରଥମ ପୃଷ୍ଠା ଯେ ଜନମ

ଦ୍ଵିତୀୟେ ଲେଖା ତ ମରଣ।


ମଝି ପୃଷ୍ଠାଟି ଅଛି ଶୁନ୍ୟ

ମନୁଷ୍ୟ କରିବ ପୂରଣ।


ସେନେହ ଶରଧା ଭିତରେ

ସମ୍ମାନ ଲୋଡ ସବୁଠାରେ।


ଅନ୍ୟର କଥା ବେଶୀ ଶୁଣ

ଅଳପ କହି କର କର୍ମ ।


ମାନବ ଶୃଙ୍ଖଳ ବଢାଇ

ଭଲ ଦେଇ ତ ଭଲ ପାଇ।


ଦୁଃସଙ୍ଗ ଠାରୁ ଦୂରେ ରହି

କରମ କରିବା ହେ ଭାଇ।


ଶରୀର ସିନା ପରହିତେ

ବଞ୍ଚିବା ସାର୍ଥକ ଜଗତେ।


ସ୍ୱାର୍ଥରେ ନାହିଁ କିଛି କାମ

ପରାର୍ଥେ ଦେବା ସଦା ମନ।


ଏମିତି କେତେ ଗୁଣମାନ

ମଝି ପୃଷ୍ଠାଟି ହେବ ପୂର୍ଣ୍ଣ।


ମରଣ ସମୟ ଆସିଲେ

ଇଶ୍ଵର ଆନନ୍ଦିତ ଭଲେ।


ଏମିତି ମରଣ ଅର୍ଜ୍ଜନ

ଯେ କରେ ହୁଏ ବିଭୁ ଜନ।


ଜଗତ ନାଥ ଜଗନ୍ନାଥ

ଆଲୋକ କଢାଇବେ ପଥ।


ଜୀବନ ଏକ ଖାତା ପରି

ଏକଥା ଧ୍ୟାନ ସବୁରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action