STORYMIRROR

Dipti lekha Mishra

Abstract

2  

Dipti lekha Mishra

Abstract

ଜୀବନ ଦର୍ଶନ

ଜୀବନ ଦର୍ଶନ

1 min
110

ଆଜିଯାଏଁ ଯଦି ମୁଁ କିଛି ପାଇଛି

ତାହା କେବଳ ଯନ୍ତ୍ରଣା

ଯଦି କିଛି ହଜେଇଛି ଭାବେ

ତାହା ମୋ ମୁର୍ଖାମୀ


ମୋ ପରିବାର ଠାରୁ କଣ ପାଇଛି

କଣ ପାଈନାହିଁ ଆଜିଯାଏଁ

କି ଆଗକୁ ପାଇବା ନ ପାଇବା ଆଶା

ଏ ଯାଏଁ ମୁଁ ସପନ ବି ଦେଖିନି


ବହୂତ ଭଲ ଲାଗେ ଯେବେ

ମୁଁ କେଉଁଆଡେ ବୁଲିବାକୁ ଯାଏ

ମୋ ସହ ପରିବାର ସଦସ୍ଯ ଥାନ୍ତି

ଆଉ ମୋତେ ହିଁ ଖୋଜନ୍ତି

ମୋତେ ଭଲ ପାଇବା ଦେଖାନ୍ତି


ଏକା ସାଙ୍ଗେ ଖାଇବାକୁ ବସିବାର ମଜା

ଲୂଣପାଣି ସହ ପୋଡା ଛତୁ ତିଅଣ

ଟିକେ ଟିକେ ମଝି ମଝିରେ ଝଗଡା

ସେ ସବୁ ପାଶୋରିପାରୁନି ଏ ଯାଏଁ


ପ୍ରଭୂଙ୍କୁ ମୁଁ ଭାରୀ ବିରକ୍ତି ହୁଏ

କାହିଁକି ମୋତେ ମୋ ପରିବାର

ମୋ ଭଲ ପାଈବା ସ୍ମୄୄୄୄୄୄୄତି

ସବୁକିଛି ଛଡାଇଦେଲ ବୋଲି


ପୁଣି ଭଲ ପାଏ ବି ବିଭୂଙ୍କୁ

ଯେ ଆଉ ଗୋଟେ ପରିବାର ଦେଲେ

ଆଉ ସେମାନଙ୍କ ଭଲପାଇବା

ସଂପର୍କର ଛିଟ କିଛି ଦେଲେ ବୋଲି


ପରିବାର ଆଉ ଅଭିଭାବକ ନ ଥିଲେ

ଆମେ ହୁଏତ ବାଟବଣା ହୋଇଯିବା

ଏଣୁ ସମସ୍ତେ ପରିବାରକୁ ଭଲ ପାଇବା

ଆଉ ସବୁ ସ୍ମୄୄୄୄୄୄତିକୁ ଜାବୋଡି ଧରିବା

ହୁଏତ ଏ ଆଧୁନିକ ଯୁଗରେ ବାଧ୍ୟତାମୂଳକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract