STORYMIRROR

Yudhisthira Lenka

Action Inspirational

3  

Yudhisthira Lenka

Action Inspirational

ଜୀବନ ଦର୍ଶନ

ଜୀବନ ଦର୍ଶନ

1 min
319

ଆମ ଏ ଜୀବନ ପ୍ରଭୁ ବରଦାନ

ବହୁ ପୁଣ୍ୟବଳେ ମିଳିଛି ଏହା

ଜନ୍ମ ପରେ ଜନ୍ମ ବିତି ଯାଉଅଛି

ସ୍ୱରୂପକୁ ଖୋଜି ହେଉଛି ଯାହା ।।୧।।


ପ୍ରତି ମୁହୂର୍ତ୍ତରେ ଜୀବନ ମରୁଛି

ଦୀପରୁ ବଳିତା ସରିଲା ପରି

ସଂସାର ଜାଲରେ ଛନ୍ଦିହୋଇ କେବେ

ଛଟପଟ ହୁଏ ସେ ଦଣ୍ଡିକିରି ।।୨।।


ଜୀବନ ଗାଡିର ଈଶ୍ୱର ଚାଳକ

ହୃଦୟ ଅଟଇ ତା ଚାବିକାଠି

ସମର୍ପଣ କଲେ ହୃଦୟ ଈଶ୍ୱରେ

ସୁଖମୟ ହୁଏ ଆମ ଯାତ୍ରାଟି ।। ୩।।


ଏ ଜୀବନ ଅଟେ ନଉକା ସଦୃଶ

ବନ୍ଧା ହୋଇଅଛି ଭବସାଗରେ

ଗୁରୁ କର୍ଣ୍ଣଧାର ଈଶ ସମୀରରେ

ପାର ହୋଇଯାଏ ସିଏ ସଧୀରେ ।।୪।।


ଅବିଦ୍ୟା ନିଦ୍ରାକୁ ତ୍ୟାଗକରି ମନ

 ଜୀବନଟା ଜାଗି ଉଠିଲେ ଥରେ

ତୀକ୍ଷ୍ଣ କ୍ଷୁରଧାରେ ଦୁସ୍ତର ମାର୍ଗରେ

ଧରି ସାଧନାକୁ ଦୃଢ ଚିତ୍ତରେ ।।୫।।


ଅଶବ୍ଦ ଅସ୍ପର୍ଶ ଅରୂପ ଅରସ

ଅଗନ୍ଧ ଅବ୍ୟୟ ତତ୍ତ୍ୱକୁ ଜାଣି

ଅନାଦି ଅଲେଖ ସେ ପରମ ସତ୍ୟ

ଜାଣି ଲଭିବ ସେ ଅମୃତକଣି ।।୬।।



Rate this content
Log in

Similar oriya poem from Action