STORYMIRROR

Sukadev Mahanta

Inspirational

4  

Sukadev Mahanta

Inspirational

ଜୀବନ ଦୋଳି

ଜୀବନ ଦୋଳି

1 min
282

ମଣିଷ ଜୀବନ  ଅବଶ୍ୟ କଠିନ

  ଜୀଇଁବା ସମ୍ଭବ ଭାଇ

ଝଡଝଞ୍ଜା ଦେଖି  ଡରିବନି କେବେ

   ପଥର ପଡିଲେ ସହି ||


ପ୍ରଭାତ ଆସନ୍ତେ   ଉଜ୍ଜ୍ୱଳ ପ୍ରକାଶ

  ରଜନୀରେ ଅନ୍ଧକାର

ଉତ୍ଥାନ ପତନ  ଚକ୍ରାକାରେ ଆସି

  ଦିଏ ସ୍ୱାଦ ଜୀବନର ||


ଜୀବନରେ ଯଦି  ଦୁଃଖ ଅନୁଭୂତି

  ନ ମିଳଇ କାହା ଭାଗ୍ୟେ

ସୁଖ କିସ ବୋଲି  ନପାରନ୍ତା ଜାଣି

  ଜୀବନ କାଳରେ ସିଏ ||


ଜୀବନ ଦୋଳିରେ  ଝୁଲଇ ମଣିଷ

  ଖୁଣ୍ଟ ଏ ପାଖ ସେ ପାଖ

ଏପାଖେ ଆଲୁଅ ସେପାଖେ ଅନ୍ଧାର

   ମଝିରେ ଦୋଳିର ଖୁଣ୍ଟ ||


ସମୟ ଇଙ୍ଗିତେ  ଜୀବନ ଦୋଳିର

  ସରଳ ଆବର୍ତ୍ତି ଗତି

କେତେ ବେଳେ ଦିଏ   ଶୀତଳ ପବନ

   କେତେବେଳେ ଖରା ତାତି ||


କେତେବେଳେ ବହେ  ମଳୟ ପବନ

   କେତେ ବେଳେ ଝାଞ୍ଜି ତାତି

ସାହସେ ସବୁକୁ  ସମ୍ମୁଖୀନ ହୁଅ

   ଡରିବନି ମୂଢମତି||


ଦୋଳିର ଏପାଶେ ଟାଣ ଖରା ଥିଲେ

   ସେ ପାଶେ ଶୀତଳ ଛାଇ

ଟାଣଖରା ସିନା ଏପାଖରେ ଅଛି

  ସେପାଖରେ ଅଛି ଛାଇ ||


ଦୋଳିର ଦୋଳନ ସରଳ ଆବର୍ତ୍ତି

   ତହିଁ ନର ଝୁଲୁଥାଇ

ସୁଖ ପରେ ଦୁଃଖ  ଦୁଃଖ ପରେ ସୁଖ

  ଅନୁଭୂତିମାନ ନେଇ ||



Rate this content
Log in

Similar oriya poem from Inspirational