STORYMIRROR

DHARITRI SAHU

Abstract

3  

DHARITRI SAHU

Abstract

ଜୀବନ ଚକ୍ର ରେ ନୁଆ ବର୍ଷ ଅନୁଭୁତି

ଜୀବନ ଚକ୍ର ରେ ନୁଆ ବର୍ଷ ଅନୁଭୁତି

2 mins
146


ଜୀବନ ଚକ୍ରରେ ଘୁରି ଘୁରି 

ଅସ୍ତିତ୍ବ ର ଅସ୍ମିତା 

ବେଳାଭୂମି ର ଚୋରାବାଲି ରେ

ଚିକ୍ ଚିକ୍ ତ କରୁଛି

ହେଲେ ଲୁଚିଲୁଚି ଲୁଚକାଳି ଖେଳୁଛି

ମୁଣ୍ଡପିଟୁଥିବା ଶୁଭ୍ର ଫେନିଳ

ଲହରି ମାଳାରେ

କେତେ ନବ ବର୍ଷର ଆଗମନ

ଆଉ କେତେ ନବ ବର୍ଷର ପ୍ରସ୍ଥାନ

ଏଠି ଭିଡ଼ ବାନ୍ଧି ଲେଣି।

 ବିଡା ବିଡା କ୍ୟାଲେଣ୍ଡର ର ରଦ୍ଦି !

 ସିନ୍ଧୁକ ରେ ପଡିରହି

 ଆର୍ତ୍ତ ଚିତ୍କାର କରୁଛନ୍ତି ...

କାରଣ ସେ ବି ଚାହୁଁ ଛନ୍ତି

 ନୂତନ ବର୍ଷର 

ନୂତନ ସୂର୍ଯ୍ୟ ର ଆଲୋକ 

ଯାହା ସପ୍ତ ରଙ୍ଗର ସମାହାର

 ନେଇ ଇନ୍ଦ୍ରଧନୁ ତୋଳି ରଖିଛି

ତାକୁ ଟିକେ ସ୍ପର୍ଶ କରିବାର ପାଇଁ,

 କାରଣ ସେ ତ ମୋ ସୁନେଲିଅତୀତ !

 ମୋ ସୁବର୍ଣ୍ଣ ଯୁଗର 

ଅମୂଲ୍ୟ ମୁକ୍ତା...ଯାହା 

ବିନା ସ୍ବାତୀ ନକ୍ଷତ୍ର ରେ ବି

 ଆସି ଧରା ଦେଇଥିଲେ ମୋ

 ହାତ ପାପୁଲିରେ।

 ତା ଦେହରେ ରହିଛି 

ମଳୟର ସ୍ପର୍ଶ!

 ଲାଗିଅଛି ସୁବାସିତ ଚନ୍ଦନର

 ଟୋପା ଟୋପା ରେଣୁ

 ଏବେ ବି ତା ଫର୍ଦ୍ଦପରେ 

 ଛାପି ହୋଇରହିଅଛି  

 ଶାଶ୍ଵତ ପ୍ରେମ ର ଫଲ୍ଗୁ ଧାରା,

 ଆକାଶ ପୃଥିବୀ ମିଳନର

 ଆଉ ଚୁମ୍ବନ ର ଭିଜା ଭିଜା ଛାପ।

 ନାଲି ବୃତ ମଧ୍ୟେ ବାନ୍ଧି ହୋଇ

 ରହିଅଛି କେତେ ଅର୍ଘ୍ୟ ର ବହ୍ନି,

 ପାର୍ବଣ ର ତିଥି ଗୁଡାକ ମଧ୍ୟେ

 ରହିଅଛି ଯଜ୍ଞର ସପ୍ତ ଆହୁତି।

 ଷଡ ଋତୁ ର ଆବର୍ତ୍ତନ ରେ

 ଫୁଟି ଥିଲା ଶତ ସ୍ବର୍ଣ୍ଣ ପଦ୍ମ,

 ସ୍ବର୍ଣ୍ଣ ପଦ୍ମର ସମାହାର ମଧ୍ୟେ

 ରହିଅଛି ମୋ ହୃଦୟର 

ଅପୂର୍ବ ମାଦକତା!

 ସେ ସ୍ମୃତି ସବୁ ବନ୍ଧା ପଡ଼ିଛି ଆଜି

 ସମୟର କାଳଚକ୍ର ମଧ୍ୟେ,

 ଶୁଷ୍କ ନିଦାଘ ମଧ୍ୟାହ୍ନ ର

 ବାତଚକ୍ରେ ସବୁ ନିଷ୍ପେସିତ

 ହା ହା କାର ମଧ୍ୟେ ଖୋଜୁଛନ୍ତି

 କେଉଁଠି ସେ ଜୀବନ ର ଡୋର

 ଟିକେ ଆସ୍ଵସ୍ଥି ଟିକେ ଶୀତଳତା

 ଟିକେ ଖୁସି ଟିକେ ହସ

 ଟିକେ ପ୍ରେମ ଟିକେ ପ୍ରିତି

 ଟିକେ ସ୍ନେହ ଟିକେ ଶାନ୍ତି

 ମହରଗ ! ମହରଗ !ମହରଗ!

 ଏଠି ସବୁ ମହରଗ !

 ସେ ହେଉ ନୁତନ ବର୍ଷର ଅଭିନନ୍ଦନ

 ବା ପୁରାତନ ବର୍ଷର ଉଦଯାପନ

 ସବୁ ଆଜି ଭାସିଯାଏ

 ଶୁଷ୍କ ପତ୍ର ସମ 

 ମହୋଦଧି ର ଅସୀମ 

ପ୍ରଳୟ ଜଳ ପ୍ଳାବନରେ।

 ତଥାପି.. ତଥାପି...ତଥାପି ର ପାଇଁ

 କୁଟା ଖିଏ କୁ ଭରସା ତ ଅଛି

 ଆତ୍ମ ବିଶ୍ବାସ କୁ ସମର୍ପିତ କରି

 ଜୀବନ ଚକ୍ର ଘୁର୍ଣ୍ଣିତ ଥିବା ଯାଏଁ

 ମୋତେ ଖୋଜିବାକୁ ପଡ଼ିବ

 ସୁଧାର ମହୋଦଧି

 ଶରଦ ସଂଧ୍ୟା ର ପୂର୍ଣ୍ଣ ଶଶି

 ଝରଣାର ଶିତଳତା

 ହରିଣୀ ର ଚପଳତା

 ଆକାଶର ଅଖଣ୍ଡତା

 ପୃଥିବୀ ର ସବୁଜିମା

 ବସନ୍ତର ଅରୁଣିମା

ହୃଦୟରେ ଅମାପ ଓ ଅସୀମ 

ସ୍ନେହ ଆଉ ପ୍ରେମ

 ଯାହାର ବଣ୍ଟନରେ ଏ ନୁତନ ବର୍ଷ

 ଭିଜିଯିବ ପ୍ରେମ,ଆନନ୍ଦ ଓ 

ପ୍ରିତି ଶିକ୍ତ ହୋଇ।

ଏ ମୋର ନୁଆ ବର୍ଷର

 ଅନୁଭୁତି, ଅନୁଭବ ଓ ଭାବାବେଗ

 ନୁତନ ବର୍ଷର ନୁତନ ଦିନ ରେ

ଲୋପ ହେଉ ରୋଗ,ଭୟ,ଶୋକ।

ସମସ୍ତଙ୍କ ହୃଦୟରେ ପ୍ରେମ ଫଲ୍ଲଗୁ 

ମନ୍ଦାକିନୀ ବହୁ ଅବିଛନ୍ନ

ନୁତନ ବର୍ଷରେ ମୋର

ସମସ୍ତଙ୍କୁ ଅନେକ ଶୁଭେଚ୍ଛା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract