ଜୀବନ ବ୍ୟଞ୍ଜନ
ଜୀବନ ବ୍ୟଞ୍ଜନ
ଲଙ୍କାଗୁଣ୍ଡ ପରି କ୍ରୋଧଟି ନ ଥିଲେ
ଚିନି ପ୍ରେମ ମିଠା ଭଲ ଲାଗେ କି !
ବୁଝାମଣାର ମସଲା ନ ଥିଲେ
ସମ୍ପର୍କ ରୋଷେଇ ହେବ କେମିତି ?
ଯେତେ ସୁଆଦିଆ ବ୍ୟଞ୍ଜନ ଥିଲେବି
ମନ ଚାହୁଁଥାଏ ଅଜଣା ଛୁଙ୍କ
ହିଙ୍ଗୁ ପରି ସେଇ ସ୍ମିତ ହସ ଟିଏ
ଜୀବନେ ଆଣେ ସ୍ଵାଦ ମହକ l
ଜିରା ପରି ଛୋଟ ଛୋଟ ସାହାଯ୍ୟ
ମେଥି ଆଉ ପାନମଧୁରୀ ସମ
ପାଞ୍ଚଫୁଟଣ ମିଶିଗଲା ପରେ
ସୁଗନ୍ଧ ଆହୁରି ହୁଏ ଉତ୍ତମ l
ହଳଦୀ ସଦୃଶ୍ୟ ବ୍ୟବହାର ରଙ୍ଗ
ଅତି ଉପକାରୀ,ସବୁଠୁ ଜରୁରୀ
ତେଲ ଘିଅ ଅଟେ କୋମଳ ବଚନ
ବିନା ହୁଏନାହିଁ ପାକ ସଂଚାରି l
ଯେତେ ଥାଉ ପଛେ ଉପକରଣ
ଆତ୍ମୀୟତା ଟି ଯେ ଲୁଣ ସମାନ
ମିଳାଇ ଯାଏ ଅସ୍ତିତ୍ଵ ହଜାଇ
ତା ବିନା କିଛି ନୁହେଁ ସମ୍ପୂର୍ଣ୍ଣ l
