STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ଜୀବନ ଅସ୍ତିତ୍ଵ

ଜୀବନ ଅସ୍ତିତ୍ଵ

1 min
159


ଜୀବନ ଅସ୍ତିତ୍ବ ତୁହି ମହାବାହୁ

ଜୀବନ ଦାୟିତ୍ୱ ତୁହି

ତହରି କରୁଣା ଅବଶ୍ୟ ମିଳିବ

କରିବୁନି ଛଳ ତୁହି।୧।

ସୂର୍ଯ୍ୟ ଚନ୍ଦ୍ର ତାରା କର୍ମ ପଥେ ରହି

କର୍ମ କରୁଥାନ୍ତି ନିତ୍ୟେ

ତୋହରି ଭିଆଣ ଚରାଚର ପୄର୍ଥୀ

ନିଦ୍ଦେଶ ପାଳନ୍ତି ନିତ୍ୟେ।୨।

କର୍ମ ପଥ ମୋର ସୁଗମ କରହେ

ପଦ ସେବୁ ଥାଏ ନିତ୍ୟେ

ଛଳନା ନକରି ସତ୍ୟ ପଥେ ନିଅ

ଦେଶ ସେବୁ ଥାଏ ନିତ୍ୟେ।୩।

ବିଚଳିତ ନହୂ ଜୀବନ ମୋହର

ପଦେ ତବ ଭକ୍ତି ରହୁ

ଜୀବନ ଉଦ୍ଦେଶ୍ୟ ପୁରା କର ପ୍ରଭୁ

ପ୍ରାଣ ଧର୍ମପଥେ ରହୁ।୪।

ଛଳନା ନକର ଜଗତ ଠାକୁର

ଭ୍ରମିତ ନହେଉ ପ୍ରାଣ

ସତ୍ୟପଥେ ରହି ଜନ ସେବୁ ଥିବି

ସେବା ମନ୍ତ୍ର କର ପ୍ରାଣ।୫।

ଜୀବନ ଅସ୍ତିତ୍ଵ ତହି ମହାବାହୁ

ଜୀବନ ଦାୟିତ୍ୱ ତୁହି

ତହରି କରୁଣା ଅବଶ୍ୟ ମିଳିବ

କରିବୁନି ଛଳ ତୁହି।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational