STORYMIRROR

Rojalin Mishra

Romance Tragedy Inspirational

3  

Rojalin Mishra

Romance Tragedy Inspirational

ଜୀବନ ଅବିର

ଜୀବନ ଅବିର

1 min
11.6K

କେବେ କେବେ ଆଶା ଅରୁଣର

କୋମଳ ମାଧୁର୍ଯ୍ୟତା

ତ କେବେ କେବେ ନୈରାଶ୍ୟମୟ 

ତିମିରର ବିବଶତା।।

କେବେ କେବେ ଫଗୁଣର 

ଫଗୁୁୁବୋଳା ବଉଳ ବାସ,

ତ କେବେ କେବେ ପ୍ରତ୍ୟାଖ୍ୟାନର

ବୈଶାଖୀ ରୁଦ୍ର ଝାସ।।

କେବେ କେବେ ଅଙ୍କୁରିତ ଶୋଭିତ 

ହରିିିତ ବୃକ୍ଷଲତା,

ତ କେବେ କେବେ ଜଳରହିିତ

ଶୁଷ୍କ କଳେବରର ବିଳାପତା।।

କେବେ କେବେ ସେନେହଭିଜା ତୂଳୀରେ

ଆଙ୍କି ହୁଏ ବିିିପୁୁୁଳ ଭଲପାଇବାର ବିଧୌତ ବର୍ଣ୍ଣାଳୀ,

କେବେ କେବେ ରଙ୍ଗୀନ ସ୍ଵପ୍ନ

କ୍ଷଣକରେ ପାଲଟି ଯାଏ ଲୁବ୍ଧ ଚୋରାବାଲି।।

କେବେ କେବେ ରଙ୍ଗେଇ ଯାଏ ଜୀବନର କାନଭାସ

ଏକ ଅତଭୁତ ଅବିିିର ରଙ୍ଗେ,

ତ କେବେ କେବେ ଅବଶୋଷର ତଟିନୀ ମିିିଳେଇଯାଏ

ଗଭୀର ସାଗର ସଂଗେ।।

କେବେ କେବେ ଜୀବନେ ଆସେ

ହସଭରା ମିିଠା କଥାର ମାହେନ୍ଦ୍ର ଯୋଗ,

ତ କେବେ କେବେ ଦିଶେ

ନିଃସଙ୍ଗତାର ବେରଙ୍ଗ ଝଲକ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance