Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

baishnaba meher

Inspirational

3  

baishnaba meher

Inspirational

ଜୀବନ ଆଶ୍ରୟ

ଜୀବନ ଆଶ୍ରୟ

1 min
230


ଜୀବନ ଚରିତ୍ରକୁ ଚରିତାର୍ଥ କରିବା ପାଇଁ...

କରୁଅଛି ମୁଁ କେତେ ଅଭିନୟ,

ବଡ଼ବଢ଼ିଆଙ୍କ ସାଙ୍ଗେ ଅଯଥା ସାଥି ହୋଇ,

ଭୁଲିଯାଉଛି ପ୍ରକୃତ ଅର୍ଥର ମୂଲ୍ୟ । 


ସେଦିନ ପରି ଆଜିବି ମୋ ଦେହେ...

ସଂଚାରିତ ହଉଛି ଲାଲ୍ ରକତ,

ଫରକ୍ ଏତିକି...

ମୋହ ମାୟାର ମାୟାଜାଲ ମଧ୍ୟେ,

ଭୁଲିଯାଇଛି ଆପଣା ଆଉ ପର । 


ନିଜ ସମ୍ପର୍କର ରକ୍ତ ଆଜି ଶ୍ୱେତ,

ପରାଶ୍ରୟେ ମୁଁ ଅନବରତ ଆସକ୍ତ,

ପରିଚୟ ଭୁଲି ସମାଜେ ଆଜି କଳଙ୍କିତ,

ପାସୋରି ଦେଇଛି ବାଲ୍ୟ ଆଶ୍ରୟ । 


ଯୋଉ ହାତ ଧରି ଶିଖିଲି ଚାଲି,

ସେ ହାତ ଆଜି ମୋ ହାତ ଖୋଜୁଛି,

ଏଇ ହାତରେ ତ ମାୟାର ଶିକୁଳି,

ବାତ୍ସଲ୍ୟ ମମତା ବୁଝିବ କାହିଁ ? 



Rate this content
Log in