ଜୀବନ ଆମର
ଜୀବନ ଆମର
ଜୀବନ ସଳିତାଟିଏ ଜଳିଜଳି ସରିଯାଏ-
ଆଲୋକ ଦେଖାଇ କିଛିକ୍ଷଣ,
ଜୀବନ ତ ଧୂପଟିଏ ବାସ ମହକାଇ ଦିଏ-
ଧୂଆଁରେ ରହିଛି ସବୁଗୁଣ |(0)
ଜୀବନ ତ ତାରାଟିଏ ହସର ପ୍ରତୀକ ସିଏ-
ଦିନହେଲେ ଲୁଚିଯାଏ କାହିଁ,
ଜୀବନ ବି ନଦୀଟିଏ ଅଙ୍କା-ବଙ୍କା ବହୁଥାଏ-
କାହାରିକୁ ପର କରେନାହିଁ |
ଜୀବନ ତ ଫୁଲଟିଏ ଫୁଟି ସେ ମଉଳିଯାଏ-
ମହକାଇ ଦିଏ ବିଲ-ବଣ |(1)
ଜୀବନ ପବନ ହୋଇ ଚଉଦିଗେ ବୁଲୁଥାଇ-
ଦିଆନିଆ ତା'ର ସୁଖ-ଖେଳ,
ଜୀବନ ଶବଦଟିଏ ଆକାଶରେ ମିଶିଯାଏ-
ଆସେ ଯାଏ ଦେଖି ବେଳ-କାଳ |
ଜୀବନ ପାଣି ଫୋଟକା ବାଜିଗଲେ ଛୋଟ ଟେକା-
ଫାଟିଯାଇ ହୋଇଯାଏ ଫେଣ |(2)