STORYMIRROR

Sanjya Tripathy

Classics

2  

Sanjya Tripathy

Classics

ଜୀବନ (୧)

ଜୀବନ (୧)

1 min
101


ଏ ଜୀବନଟା ଅଛି : ଜୀବିକା ଗୋଟିଏ ଅଛି ବୋଲି

ନାବିକ ଜଣେ ସମୁଦ୍ରରେ ଅଛି ବୋଲି

ଆଶା ଓ ଆକାଂକ୍ଷାର ତାଜମଲରେ

ଚୋର ମଳ ବହୁଛି ବୋଲି

ଏ ଜୀବନଟା ଅଛି: ବିଦେଶକୁ ଦାଦନ ଚାଲାଣ ହେଉଛି

ବୋଲି

ଦେଶଟା କଳାବଜାରୀକ ସ୍ଵର୍ଗ ପାଲଟିଛି ବୋଲି

କ୍ୟାଧରେ ଶବ ବୁହା ହେଉଛି ବୋଲି

ଏ ଜୀବନଟା ଅଛି: ତୁଷ୍ଟୀକରଣ ନୀତିରେ ଶାସନ

ଚାଲିଛି ବୋଲି

ଆରୋପ ପ୍ରତ୍ୟାରୋପର ରାଜନୀତିର ଅଂତ ହେଉନି

ବୋଲି

ପ୍ରେମରେ ମରିବାର ଓ ମାରିବାର ଖେଳ ଚାଲିଛି ବୋଲି

ପ୍ରତ୍ୟୟ ଓ ପ୍ରଚେଷ୍ଟାର ଉଡାଣ ତୀବ୍ରତର ହେଉଛି

ବୋଲି ।

ଏ ଜୀବନଟା ଅଛି: ଯଶୋଦା, ମମତା, ନିରାମୟ

ଚାଲିଛି ବୋଲି,

ଉନ୍ନୟନର କ୍ଲ ଫ୍ରିଟରେ ଜଣାଅଜଣା ଖେଳ ଚାଲିଛି

ବୋଲି

ନୀଳତୃଷ୍ଣ। ପ୍ରଶମନାର୍ଥ ଗଣଦୁଷ୍କର୍ମ ବଢ଼ିଛି ବୋଲି

ଏ ଜୀବନଟା ଅଛି: ସେକ୍ସ ଭିଡିଓ ଭାଇରାଲ ହେଉଛି

ବୋଲି

ରାସ୍ତାରୋକରେ ଜଣେ ଆସନ୍ନପ୍ରସବ୍ୟକ ମୃତ୍ୟୁ ଘଟିଛି

ବୋଲି

ବଂଦ, ଆମରଣ ଅନଶନର କୁଟନୀତିରେ, ଖଟିଖିଆ

ମଣିଷ ଭୋକରେ ଅଛି ବୋଲି ।


Rate this content
Log in

Similar oriya poem from Classics