STORYMIRROR

ତାରାପ୍ରସାଦ ଜେନା

Abstract

3  

ତାରାପ୍ରସାଦ ଜେନା

Abstract

ଜିଭ ଛିଡ଼ିଯିବ ପୋକ ପଡ଼ିଯିବ

ଜିଭ ଛିଡ଼ିଯିବ ପୋକ ପଡ଼ିଯିବ

1 min
11.4K

ଜିଭ ଛିଡ଼ିଯିବ ପୋକ ପଡ଼ିଯିବ

ଅସତୀ ମାଆକୁ ଡାକ

କଳଙ୍କିନୀ ନାରୀ କଳଙ୍କ ପୁରୁଷ

ସାଜିଛ ଧରମ ବକ

...........ଜିଭ ଛିଡ଼ିଯିବ ପୋକ ପଡ଼ିଯିବ

            ଅସତୀ ମାଆକୁ ଡାକ


ସୀତାର ସତୀତ୍ବ ଜାଣିନାହଁ ଭଲା

ହୋଇଛ ଭାରତବାସୀ

ସାହିତ୍ୟ ସଂସ୍କୃତି ଗୋଡ଼ରେ ଆଡ଼େଇ

ଭାବୁଛ ବଡ଼କୁ ବେଶି

ଦୁନିଆ ଆଗରେ ବେଲଜ୍ଜା ମଣିଷ

ମନ୍ଦକୁ ବରିଛ ନିକ

...........ଜିଭ ଛିଡ଼ିଯିବ ପୋକ ପଡ଼ିଯିବ

            ଅସତୀ ମାଆକୁ ଡାକ


ରୂପଜୀବୀ ଛାଏଁ ଦେହଜୀବୀ ହେଲ

ମାୟାର ରଙ୍ଗିନ୍ ପ୍ରେମ

ପୁରାଣ ବୌଦ୍ଧିକ ସତ୍ତାକୁ ବୁଝିବା

ମଗଜ କରୁନି କାମ

ଧର୍ମର ବିଦ୍ବେଷ ମଞ୍ଜି ବୁଣିବାକୁ

ବଢ଼ାଅ ଯୌନର ଭୋକ

...........ଜିଭ ଛିଡ଼ିଯିବ ପୋକ ପଡ଼ିଯିବ

            ଅସତୀ ମାଆକୁ ଡାକ


ଚରିତ ଚରିତ୍ର କଣ୍ଢେଇ ଭାବିଛ

ଶବ୍ଦକୁ ଭଣ୍ଡେଇ ଦେଇ

ନିଲଠା ନିଲଠୀ ବେଗୁଣ ଆବୋର

ମିତ୍ରରୁ ଶତ୍ରୁକୁ ହୋଇ

ଧିକ୍ ଏ ଜୀବନ ପାପରେ ଭ୍ରମୁଛ

ଘୃଣାର ଗର୍ହିତ ଛକ

...........ଜିଭ ଛିଡ଼ିଯିବ ପୋକ ପଡ଼ିଯିବ

            ଅସତୀ ମାଆକୁ ଡାକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract