ଜିଅନ୍ତା ଶବ
ଜିଅନ୍ତା ଶବ
ଜିଇଁ କି ପାରିବ
ହୋଇ ଜିଅନ୍ତା ଶବ
ମନକୁ କରି ସାତପର
ଦେହକୁ କରି ଟାଣ ପଥର
ହୃଦୟକୁ ପାଉଁଶ କରି
ସପନକୁ ଭାଙ୍ଗି ଚୁରମାର କରି
ଇଚ୍ଛା ଓ ଅଭିଳାଷକୁ
ଦଳି ଚକଟି ହତ୍ୟାକରି
ଛାତିର କୋହକୁ ଜାକିଜୁକି
ଅଣନିଶ୍ୱାସୀ ହୋଇ
ଦୁଃଖକୁ କରି ଜୀବନ ସାଥି
ସଂଘର୍ଷକୁ ଅଭ୍ୟାସ ଭାବି
ଆଖି ଥାଇ ଅନ୍ଧ ହୋଇ
କିଛି ନ ଥାଇ
ସବୁ ଅଛି ବୋଲି
ନିରୀହ ମନକୁ ବୁଝାଇ ସୁଝାଇ
ଭୁଲାଇ ଦେଇ
