Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRIYARANJAN SAHOO

Abstract

4.5  

PRIYARANJAN SAHOO

Abstract

ଝୁରୁଛି ବକୁଳବନ

ଝୁରୁଛି ବକୁଳବନ

1 min
591


ନୀଳାଚଳ ଉଭା  ଦାରୁ ମୂର୍ତ୍ତିବିଭା

    ଉତ୍କଳର ଶ୍ରେଷ୍ଠ ମଣି

ଭାର୍ଗବୀର ତୀରେ  ସୁଆଣ୍ଡୋ ଷଠିରେ

    ଉତ୍କଳୀୟ ସେବା ମଣି ।


ଅଛି କା'ର ସାଧ୍ୟ  କରିବାକୁ ତୁମ୍ଭ

    ସେବାର ବିବିଧ ବର୍ଣ୍ଣ

ଉତ୍ସର୍ଗୀକୃତ ଯେ'  ନବକଳେବର

    ସାରା ଉତ୍କଳ ଭୁବନ ।


ସ୍ବଦେଶ ପ୍ରେମରେ  ଧ୍ୟାୟୀ ଅନୁକ୍ଷଣ

    ଅସ୍ପୃଶ୍ୟେ କରିଣ ସେବା

ଧନ୍ୟ ସେ ପରାଣ  ଆହେ ପୂଣ୍ୟପ୍ରାଣ

    ସୁଆଣ୍ଡୋ ଭୂଇଁରେ ଉଭା ।


ସେବାମନ୍ତ୍ରେ ସ୍ନିଗ୍ଧ  'ସମାଜ'ର ସୌଧ

    ହାତ ତିଆରି ସୃଜନ

ତୁଚ୍ଛରେ ଆତ୍ମଜ  ଜନତାରେ ହେଜ

    ନିଆରା ଶୁଦ୍ଧ ପରାଣ ।


ଆସନ୍ତ କି ଫେରି  ଉଡ଼୍ରେ ଅବତରି

    ହୁଅନ୍ତା ସେବା ବିନ୍ୟାସ

କୁସଂସ୍କାର ପରେ  ସ୍ୱର୍ଗୀୟ ଗୁଣର

    କରିଦ୍ୟନ୍ତ ଶିଳାନ୍ୟାସ ।


ହେ ସର୍ବ ବରେଣ୍ୟ  ତୁମ୍ଭ ସାଧୁପଣ

    ଧାତ୍ରୀ ଭାର୍ଗବୀ ଜୀବନ

ସାକ୍ଷୀ ସତ୍ୟବାଦୀ  ଉତ୍କଳ ଚୌହଦୀ

    ଝୁରୁଛି ବକୁଳବନ ।



Rate this content
Log in

Similar oriya poem from Abstract