STORYMIRROR

Prasanta Kumar Behera

Romance

3  

Prasanta Kumar Behera

Romance

ଜହୁରୀ

ଜହୁରୀ

1 min
267


କିଏ ଗୋ ଜହୁରୀ ଆସି

ମୋ ମନ ବଗିଚାରେ

କଷଟି ପଥରେ ଚିହ୍ନୁଛି

ଅସଲ ଗୋଲାପ କଷି l


ମୋ ମନ ବଗିଚାର

ସବୁ ଗୋଲାପରେ

ପ୍ରଭାତୀ ଗଗନ ରଙ୍ଗ

ସବୁ ଗୋଲାପରେ

ମହକି ଉଠୁଛି

ନନ୍ଦନ କାନନ ଗନ୍ଧ l


ବଣିକର ମନେ 

ଆସିବୁ ତୁ ଯଦି

ତୋଳି ପାରିବୁନି କିଛି

କିଏ ଗୋ ଜହୁରୀ ଆସି

ମୋ ମନ ବଗିଚାର

କଷଟି ପଥରେ ଚିହ୍ନୁଛି

ଅସଲ ଗୋଲାପ କଷି l


ଶୁଣ ବନ୍ଧୁ ମୋର 

ପ୍ରେମ ଗଗନରେ

ଖେଳେ ସଦା ପୂର୍ଣ୍ଣଇନ୍ଦୁ

ତୁ ଯଦି ପ୍ରେମିକ

ଅଙ୍କେ ରୁହ ମୋର

ହୋଇ ସେ କଳଙ୍କ ବିନ୍ଦୁ l


କଷଟି ପଥର

ହାତରେ ତୋ ଥିଲେ

ଉହାଡେ ରହିବ

ମୋ ପ୍ରେମ ଶଶୀ

କିଏ ଗୋ ଜହୁରୀ ଆସି

ମୋ ମନ ବଗିଚାରେ

କଷଟି ପଥରେ ଚିହ୍ନୁଛି

ଅସଲ ଗୋଲାପ କଷି l


******


Rate this content
Log in

Similar oriya poem from Romance