STORYMIRROR

Mr.GAGAN BIHARI NAYAK

Inspirational

3  

Mr.GAGAN BIHARI NAYAK

Inspirational

ଝୁରେ ସାବରମତୀ

ଝୁରେ ସାବରମତୀ

1 min
163


ହେ! ଗାନ୍ଧିଜୀ ତୁମେ ଅହିଂସା ମନ୍ତ୍ରରେ 

ଗଢିଥିଲ ଯେଉଁ ଦେଶ ।

ସେ ଦେଶରେ ଆଜି ହିଂସାର ରାଜୁତି 

ରକ୍ତରେ ମେଣ୍ଟେନା ଶୋଷ।0।

ଝରୁଛି ଲୋତକ ଜନତା ଆଖିରୁ ।

ପୋଛିବାକୁ ନାହିଁ କିଏ ।

ଅପୃଷ୍ଟିରେ ଆଜି ଏ ଦେଶର ଶିଶୁ 

ଅଦିନରେ ଝରି ଯାଏ । 

ନାରୀଟିକୁ ଆଜି ଅନେଇଁ ବସିଛି

ହରିନେବାକୁ ରାକ୍ଷସ।୧।

ତୁମ ରାମ ରାଜ୍ଯେ ରାକ୍ଷସ ଅନେକ 

ଦିବସେ ସୀତା ହରଣ ।

ସପନ ତୁମର ସ୍ବପ୍ନରେ ରହିଲା 

ଦେଶ କରି ସମର୍ପଣ।

ସାବରମତୀର ପଦଚିହ୍ନ ତୁମ

ଅନୁସୃତ କରେ ଦେଶ।୨।



Rate this content
Log in

Similar oriya poem from Inspirational