ଝରକାର ଆରପାଖେ
ଝରକାର ଆରପାଖେ
ଝରକାର ଆରପାଖେ ଥିଲା ମୋ ପ୍ରିୟାର ଘର
ଲାଜ ଲାଜ ଆଖି ତାର ମନ ନିଏ ମୋର
ଦେଖି ଦେଲେ ତାର ଚୋରା ଚାହାଣୀ
ମୋ ହୃଦୟକୁ ସେ ତ ନେଇଯାଏ ଟାଣି
ନାଲି ନାଲି ଓଠରୁ ତାର ମଧୁ ଝରି ପଡେ
ତାର ମିଠା ମିଠା କଥା ଆଜି ଭାରି ମନେ ପଡେ
ନୀଳ ରଙ୍ଗର ପୋଷାକ ତାକୁ କରିଦିଏ ସୁନ୍ଦରୀ
ନୀଳ ଆକାଶ ତଳେ ଠିଆ ହୋଇ ଲାଗେ ନୀଳ ପରୀ
ସରୁ ସରୁ ଆଖିରେ ତାର କାଜଳର ଗାର
ହୃଦୟକୁ ଛୁଇଁ ଯାଏ ପ୍ରେମ ଭରା ପଣତ ତାର
ଗୋଲାପ ପାଖୁଡା ପରି ଥିଲା ତାର ମୁହଁ
ନବ ବରଷରେ ଆସି କହିଥିଲା ଗୋଲାପ ନିଅ
ଝରକା ଆର ପାଖେ ରହି ମୋର ମନ ନେଇ ଯାଇଥିଲା
ଭଲ ପାଏ ତାକୁ ଏତେ କହିବାକୁ ମନ ମୋ ଚାହୁଁ ଥିଲା
ମୋ ମନର ଭାବନାକୁ କେବେ କହି ନାହିଁ ଖୋଲି
ଇଚ୍ଛା ହେଉଥିଲା କହିବାକୁ ତୁମକୁ ଭଲ ପାଏ ବୋଲି
ସହଜରେ ମୋ ହୃଦୟ ଦିଏ ନାହିଁ ମୁଁ କାହାକୁ
କେଜାଣି କେମିତି ଛୁଇଁ ଯାଇ ଲା
ସେ ମୋ ହୃଦୟକୁ
ଦିନେ ଜାଣିଲି ସେ ଆଉ କାହାକୁ ଭଲ ପାଏ
ସରଳ ଲୋକ ବି ତା ପ୍ରେମ ରେ ଧୋକା ପାଇ ଯାଏ
ସେ ଦିନ ଠାରୁ ପ୍ରେମ ଭରା ମନ ମୋ
ଫିକା ପଡି ଗଲା
ଝରକା ଆର ପାଖର ପ୍ରେମିକା ମୋ
ଭାରି ଦଗାଦିଆ ଥିଲା
