STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଝରକାର ଆରପାଖେ

ଝରକାର ଆରପାଖେ

1 min
128

ଝରକାର ଆରପାଖେ ଥିଲା ମୋ ପ୍ରିୟାର ଘର

ଲାଜ ଲାଜ ଆଖି ତାର ମନ ନିଏ ମୋର

ଦେଖି ଦେଲେ ତାର ଚୋରା ଚାହାଣୀ

ମୋ ହୃଦୟକୁ ସେ ତ ନେଇଯାଏ ଟାଣି

ନାଲି ନାଲି ଓଠରୁ ତାର ମଧୁ ଝରି ପଡେ

ତାର ମିଠା ମିଠା କଥା ଆଜି ଭାରି ମନେ ପଡେ

ନୀଳ ରଙ୍ଗର ପୋଷାକ ତାକୁ କରିଦିଏ ସୁନ୍ଦରୀ

ନୀଳ ଆକାଶ ତଳେ ଠିଆ ହୋଇ ଲାଗେ ନୀଳ ପରୀ

ସରୁ ସରୁ ଆଖିରେ ତାର କାଜଳର ଗାର

ହୃଦୟକୁ ଛୁଇଁ ଯାଏ ପ୍ରେମ ଭରା ପଣତ ତାର

ଗୋଲାପ ପାଖୁଡା ପରି ଥିଲା ତାର ମୁହଁ

ନବ ବରଷରେ ଆସି କହିଥିଲା ଗୋଲାପ ନିଅ

ଝରକା ଆର ପାଖେ ରହି ମୋର ମନ ନେଇ ଯାଇଥିଲା

ଭଲ ପାଏ ତାକୁ ଏତେ କହିବାକୁ ମନ ମୋ ଚାହୁଁ ଥିଲା

ମୋ ମନର ଭାବନାକୁ କେବେ କହି ନାହିଁ ଖୋଲି

ଇଚ୍ଛା ହେଉଥିଲା କହିବାକୁ ତୁମକୁ ଭଲ ପାଏ ବୋଲି

ସହଜରେ ମୋ ହୃଦୟ ଦିଏ ନାହିଁ ମୁଁ କାହାକୁ

କେଜାଣି କେମିତି ଛୁଇଁ ଯାଇ ଲା

ସେ ମୋ ହୃଦୟକୁ

ଦିନେ ଜାଣିଲି ସେ ଆଉ କାହାକୁ ଭଲ ପାଏ

ସରଳ ଲୋକ ବି ତା ପ୍ରେମ ରେ ଧୋକା ପାଇ ଯାଏ

ସେ ଦିନ ଠାରୁ ପ୍ରେମ ଭରା ମନ ମୋ 

ଫିକା ପଡି ଗଲା

ଝରକା ଆର ପାଖର ପ୍ରେମିକା ମୋ

ଭାରି ଦଗାଦିଆ ଥିଲା



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational