STORYMIRROR

Abhisek Mohapatra

Abstract Fantasy

3  

Abhisek Mohapatra

Abstract Fantasy

ଝରକା ଫାଙ୍କରେ

ଝରକା ଫାଙ୍କରେ

1 min
284

ତା'ର ହଳଦୀ ରଙ୍ଗ ଶାଢ଼ି ପିନ୍ଧି ଫୁଲେଇ ହେବା ,

ସୁମଧୁର କଣ୍ଠରେ ଗୀତ ଗାଇବା ।

କା କା କରି ଯେତେ ସବୁ -

କୁଟ ରଟନା କରୁଥିବା ମଣିଷଙ୍କୁ ଚେତାଇ ଦେଉଥିବା କୁଆ ,

ସମସ୍ତେ ଆଜି ନିରୁଦ୍ଦିଷ୍ଟ !


ଚୁପଚାପ ଲାଗୁଛି ଆଜି ଆମ ଘର ।

ରଙ୍ଗ ଛାଡ଼ି ଆସୁଥିବା କାନ୍ଥ ଆଜି ନୀରବ ଲାଗୁଛି ,

ଚାରିଆଡେ ଖାଲି ଭାଗ ବସାଇଥିବା ଭଗାରିଙ୍କ ଭିଡ଼ !


ଜେଜେଙ୍କ ରକ୍ତମାଂସରେ ତିଆରି କାନ୍ଥ ସବୁ - 

ଭାଗ ହେବ ବୋଲି ଚିହ୍ନ ମରା ଯାଇଛି ।

ମୋ କ୍ରିକେଟ ବ୍ୟାଟ୍ , ଲେଗ୍ ପ୍ୟାଡ୍ ଆଉ ହ୍ୟାଣ୍ଡ ଗ୍ଲୋଭ୍ -

ଖାଲି ଏବେ ଖୋଜୁଛି ଟ୍ରଙ୍କରେ ଶୋଇବାକୁ ,

ପୁରୁଣା ସାଇକେଲରେ ବୁଢୀଆଣି ବସା ବାନ୍ଧିଛି ବୋଲି ,

ଇଚ୍ଛା ହେଉନି ସାଇକେଲ ଚଢି ତା ଘର ଭାଙ୍ଗିବାକୁ ।


ଏବେ ଷଷ୍ଠ ଶ୍ରେଣୀ ସାହିତ୍ୟ ବହି ଦେଖିଲେ ,

ଖୋଜା ପଡୁଛି ମୋ କଳାରଙ୍ଗ ଫ୍ରେମ ଚଷମା ।

ଗାଁ ପୋଖରୀହୁଡାରେ କଙ୍କଡା ଖୋଜିଲେ ,

ଭାଗ କରିଥିବା ଭଗିଆଟା ହାତଠାରେ ରତ୍ନଗିରି ହାଟ ଆଡ଼କୁ !


ପକେଟ୍ ଅଣ୍ଡାଳିଲେ ଏ.ଟି.ଏମ୍ କାର୍ଡ ମିଳୁଛି ,

ହେଲେ ଚୂନିଚେପରା ତିଆଡି ବନ୍ଧରେ ସ୍ବପ୍ନ !


ଲଙ୍ଗଳା ହେଇ ବାଲିଘର ଖେଳୁଥିବା - 

ପଦିଆଟା ଏବେ ପାଲି ପେଲୁଛି ,

ଅନାବନା ଗପୁଥିବା ଫକୀରା ଭାଇ କେବେଠୁ ମରିସାରିଛି !


କାଗଜ ଡଙ୍ଗା କରି ଭସାଇଥିବା -

କେଲୁଅ ନଈଟା ଆଜି ଶୁଖି ଯାଇଛି ।

ଦୋଳମୁଣ୍ଡାଇ ମେଲଣ ପଡ଼ିଆରେ ଆଉ ଗୁଡ଼ି ଉଡୁନି !

ଗାଁ ମୁଣ୍ଡ ରାଜୀବ ଦଳାଇ ଆଉ ମାଛ ପାଇଁ ନଈରେ ବୁଡୁନି ।

ରାତି ହେଲେ ଗାଁ ରାସ୍ତା ମୋର ଆଲୁଅରେ ଝଲସୁଛି ।


ସତରେ କ'ଣ ମୋ ଗାଁଆଟା ବଦଳି ଯାଇଛି ?


Rate this content
Log in

Similar oriya poem from Abstract