STORYMIRROR

Kananbala Das

Inspirational

4  

Kananbala Das

Inspirational

ଝରିବା ଆଗରୁ

ଝରିବା ଆଗରୁ

1 min
417


ଝରିବା ଆଗରୁ ଶୁଖିଗଲେ ଲୁହ

କିଏ ବା ଆଉ ପୋଛିବ,

ଜାଳିବା ଆଗରୁ ଜଳିଗଲେ ସବୁ

କିଏ ଲିଭେଇ ପାରିବ...........


ଗଢିବା ଆଗରୁ ଭାଙ୍ଗିଗଲେ ସବୁ 

ସଜାଡି କି ଆଉ ହେବ,

ମନର ମଣିଷ ସ୍ୱପ୍ନ ଭାଙ୍ଗି ଦେଲେ

ମନକୁ କିଏ ଯୋଡିବ?.........


ଫୁଟିବା ଆଗରୁ ବୃନ୍ତଚ୍ୟୁତ ହେଲେ

ଫୁଲ କି ସୁବାସ ଦେବ,

ପ୍ରେମର ପୂର୍ବରୁ ଛଳନା ଭରିଲେ

ମନ କି ମହକି ଯିବ..........


ବଞ୍ଚିବା ଆଗରୁ ନିତି ମରୁଥିଲେ

ଜୀବନ ଯନ୍ତ୍ରଣା ତୁଲ୍ୟ,

ପ୍ରତିଶୃତି ଯଦି ପ୍ରତାରଣା ହୁଏ

ପ୍ରତୀକ୍ଷା ର କିବା ମୂଲ୍ୟ?...........


ଭାବନାରେ ଯଦି ଭାବାନ୍ତର ହୁଏ

ବନ୍ଧୁତା କି ଗଢି ହେବ,

ସମ୍ପର୍କ ପୂର୍ବରୁ ମତାନ୍ତର ହେଲେ

ମଧୁରତା କି ଭରିବ?............


ବସନ୍ତେ ନିଦାଘ ଅନୁଭୂତ ହେଲେ

କିଏ ଶିତଳତା ଦେବ,

ଜୀବନର ଛନ୍ଦ ଦିଗହରା ହେଲେ

ଗୀତିକା କି ଲେଖିହେବ?...........



.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational