Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

4  

Satyanarayan Sahoo

Action Classics Inspirational

ଝୋଟି ଚିତା

ଝୋଟି ଚିତା

1 min
309


ମାର୍ଗଶୀର ମାସେ ଲେଖନ୍ତି ସମସ୍ତେ

ଘର ଅଗଣାକୁ ଲେପି

ଝୋଟି ଚିତା ବୋଲି କୁହାଯାଏ ତାକୁ

ଧରେ ମନୋରମ ଦୀପ୍ତି ।


ଅରୁଆ ଚାଉଳ ବାଟିକି ପିଠୋଉ

ତିଆରି କରି ଥାଆନ୍ତି 

ସେହି ପୀଠୋଉରେ ଆଙ୍କିଥାନ୍ତି ଚିତ୍ର

ମହାଲକ୍ଷ୍ମୀଙ୍କର ଝୋଟି ।


ଲକ୍ଷ୍ମୀ ପାଦ ପଦ୍ମ ଚିତା ବୋଲି କହି

ଫୁଲ, ଦୁବ, କୋଳିପତ୍ର

ଗୁରୁ ବାର ଦିନ ପ୍ରତ୍ୟୁଷେ ଉଠିଣ

ସଜାନ୍ତି ତାହା ଉପର । 


କି ସୁନ୍ଦରତର ମନୋରମ ଦିଶେ

ଦୂରରୁ ତାହା ଦେଖିଲେ

ଝୋଟି ଚିତା ଚିତ୍ର ଆଙ୍କି ନାରୀ ମାନେ

ଗୃହ ଶୋଭା ବଢ଼ାଇଲେ ।


ହୁଏ ଆଗମନ ମହାଲକ୍ଷ୍ମୀଙ୍କର

ଶରଧା ତହିଁରେ ଭାରି

ନିୟମିତ ଭାବେ ଝୋଟି ଚିତା ଦେଲେ

ବଢେ ଗୃହ ଶୋଭା ଶିରୀ ।


ସୁଖ , ଯଶ , ଧନ , ମାନ, ଶକ୍ତି , ସିଦ୍ଧି

ମହା ଲକ୍ଷ୍ମୀଙ୍କ କୃପାରେ

ପ୍ରାପତ ହୁଅଇ ସୁଖ ଶାନ୍ତି ମୟୀ

ଜୀବନ ଯାପନ କରେ ।


ଆମରି ଓଡିଶା ପ୍ରଦେଶ ରେ ଏହି 

ଏହି ଆମରି ସଂସ୍କୃତି 

ଉତ୍କଳୀୟ ହସ୍ତ କଳାର ଉତ୍କର୍ଷ

ଝୋଟି ଚିତା ଘେନି ଜାତି ।


ପ୍ରକାଶେ ବିପୁଳ କଳାର ଭଣ୍ଡାର 

ଆମ ଉତ୍କଳୀ ଲଳନା 

ହୋଇ ଥାଏ ଚିହ୍ନା ଝୋଟି ଚିତା ଚିହ୍ନ

ପ୍ରକାଶେ ଜାତି ଗାରିମା ।


ଉଜ୍ଜ୍ବଳ ଆଲେଖ୍ୟ ପ୍ରସ୍ତୁତ ହୁଅଇ

ଅରୁଆ ଚାଉଳ ବାଟି

ଲକ୍ଷ୍ମୀପାଦ ପଦ୍ମ , ଫୁଲ , ଧାନକେଣ୍ଡା

ହାତୀ, ଘୋଡ଼ା ଆଦି ଝୋଟି ।


ଚିତ୍ର ଆଙ୍କି ପୂଜା କରନ୍ତି ଲକ୍ଷ୍ମୀଙ୍କ

ଝୋଟି ଚିତା ଚିହ୍ନ ଥିଲେ

ଓଡ଼ିଆ ସଂସ୍କୃତି ପ୍ରତି ଅନୁରାଗ

ପ୍ରୀତି ସ୍ରୋତ ଜାଗେ ଭଲେ ।


Rate this content
Log in

Similar oriya poem from Action