STORYMIRROR

Debadatta Jena

Abstract Romance

2  

Debadatta Jena

Abstract Romance

ଜହ୍ନରେ ଜହ୍ନ

ଜହ୍ନରେ ଜହ୍ନ

1 min
154


ରେ ଜହ୍ନ..

ଲୁଚୁ ଥା, ତୁ ମେଘ ଆକାଶରେ..

ହଜି ଯା, ତୋ'ନୀଳ ଜୋଛନାରେ,

ମୋ ରୁପସୀ ଜହ୍ନ ମୁହଁ ଲୁଚେଇଚି

ଦେଖନା ତୁ ମେଘ ଉହାଡ଼େ.. !

ଏ ଋତୁ..

ଝରି ଯା', ତୁ ଏଇ ଅଗଣାରେ..

ଆସୁ ଥା', ତୁ ବାଦଲ ସାଥିରେ,

ମୋ ମନ ମାନସୀ ଋତୁରାଣୀ ସାଜି

ଭିଜେଇବ ସବୁଜିମାରେ...!

ଏ ଫୁଲ..

ବିଞ୍ଚି ଦେ, ତୋ ବାସ୍ନା ମହକରେ..

ଭରି ଦେ, ତୋ ରେଣୁ ତୁ ଖୁସିରେ,

ତୋ ରଂଗ ଆଭା, ଲାଗେ ଟିକେ ଫିକା

ଫୁଲମତୀ ଫୁଲ ବାସ୍ନାରେ..!

ଏ ରାତି..

ଝୁମି ଯା', ତୋ ଅଳସ ଶେଯରେ

ଝରି ଯା', ତୁ ପିୟାସୀ ସଂଜରେ,

ତୁ ଲାଗୁଛୁ ସିନା ନିଝୁମ ରାତିରେ

ପ୍ରିୟା ଶୁଏ ଗହମ ନିଦରେ..!

ରେ ବର୍ଷା.. !

ଝରି ଯା, ତୁ ମନ ଝରକାରେ.. !

ରେ ମନ..!

ବର୍ଷି ଯା, ତୁ ମେଘ ଓଢଣୀରେ.. !


Rate this content
Log in

Similar oriya poem from Abstract