ଜହ୍ନରାତି
ଜହ୍ନରାତି
କେତେ ଶରଧାରେ ଶୋଭା ଆକାଶରେ
ଆଲୋକରେ ଭରେ ଜହ୍ନ,
ଅନ୍ଧକାର ନାଶି ନିର୍ମଳ ନିର୍ମାଣ
କରଇ ଜୋଛନା ଚିହ୍ନ l
ଅତି ମନୋହର ଶୋଭାର ସଂସାର
ନୀରିମଳ ଜହ୍ନରାତି,
ଫଗୁଣ ସ୍ନେହର ଅଭୁଲା ସପନ
ଦେଇଅଛି ଜହ୍ନଜ୍ୟୋତି l
ଆଲୋକ ପ୍ରଭାବ ଚଉଦିଗ ଛୁଏଁ
ସଙ୍ଗରେ ତାରକା ଜ୍ୟୋତି,
ବିଛୁରିତ ରଶ୍ମି ନିର୍ମଳ ଆକାଶେ
ସ୍ୱଚ୍ଛ ଦିଶେ ଜହ୍ନରାତି l
ମନ୍ଦିର ପ୍ରାଙ୍ଗଣ ଘାଟ ହାଟ ବାଟ
ଚନ୍ଦ୍ରକିରଣରେ ଶୋଭା,
ଜହ୍ନରାତି ଦିଶେ ବର୍ଣ୍ଣ ଆଲୋକର
କି ସୁନ୍ଦର ଜ୍ୟୋତି ଆଭା l