STORYMIRROR

Disambar Meher

Inspirational Others

2  

Disambar Meher

Inspirational Others

ଜହଁରା ଦେଖୁଛେ

ଜହଁରା ଦେଖୁଛେ

1 min
166


ଆଏଁଖ୍ ଥେଇକରି ମୁନୁସ୍

କାଏଁଜେ ହେଉଛେ ଅନ୍ଧା

ଟୁଣ୍ ଥେଇକରି ମୁନୁସ୍

କାଏଁଜେ ହେଉଛେ କୁନ୍ଦା ।।

ଦୁନିଆ ଜଲୁଛେ

ଦୁର୍ ନିତି ହିଁସ୍ ଅହଁକାରନେ

ଗୋଡ୍ ଘିଚା ପରକୁତି

ରହିଛେ ଇ ମୁନୁସ୍ ଠାନେ ।।

କାନ୍ ଥେଇକରି ମୁନୁସ୍

ଆଏଜ୍ କାଏଁଜେ ଭଁଏରା

ସବୁ ଦେଖୁଛେ ଧରମ୍ ଦେବତା

ଦେଖୁଛେ ସେ ଜହଁରା ।।

ଭାଏ ଭାଏ ସନେ ମାର୍ ପିଟ୍

ବୁହି ଜାଉଛେ ରକତ୍

ଧନି ଗରିବ୍ କେ ନଚାସି

ଦେଖେଇ ତାର୍ ତାକତ୍ ।।

ସବୁ ଦେଖୁଛେ ଧରମ୍ ଦେବ୍ତା

ଗନୁଛେ ସବୁ କରମ୍

ପାପ୍ ପୁଇନର୍ ହିସାବ୍

ଗୁଟେ ଗୁଟେ କରି ନେବା ଜମ୍

ସବୁ ଦେଖୁଛେ ଜହଁରା

ସବୁ ଦେଖୁଛେ ଧରମ୍ ।।

ଡିସମ୍ୱର ମେହେର

ଗଣ୍ତାବାହାଲି ,ନୂଆପଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational