ଜହ୍ନର ସାନ ଭଉଣୀ
ଜହ୍ନର ସାନ ଭଉଣୀ
ସିଏ ତ ଜହ୍ନର ସାନ ଭଉଣୀ
ଆଖି ତାର ନୀଳ ସାଗର
ମନ କିଣେ ତାର ପରୀ ଚାହାଣି
ଜହ୍ନ ରାଇଜରେ ତୋଳିଛି ଘର
ତା ପାଇଁ ଗଢିଛି ରାଜ ନଅର
ସିଏ ହେବ ମୋର ମନର ରାଣୀ
ଅଳି ଅଳି ରାଜଜେମା ରାଜ ନନ୍ଦିନୀ
ସଞ୍ଜ ବଧୂ ସିଏ ସାଜିବ ମୋର
ଲଷ୍ମୀପ୍ରିୟା ସେ ମୋ ଆସିବ ଘର
ମୁଁ ସପନ ରଜା ସେ ମୋ ସପନ ରାଣୀ
କରିଛି ଅପେକ୍ଷା ଦିନକୁ ଗଣି

