STORYMIRROR

Jasoda Majhi

Romance Thriller

3  

Jasoda Majhi

Romance Thriller

ଜହ୍ନ

ଜହ୍ନ

1 min
159

ଦିବସ ଶେଷରେ ନିଶା ଆଗମନ

 ପ୍ରଫୁଲ୍ଲ ହୁଅଇ ମନ

 ଦେଖିବାକୁ ତତେ ଜହ୍ନ

 ମନ ହୁଏ ଛନ ଛନ।


କୃଷ୍ଣ ଗଗନରେ ତୋ ଚକା ବଦନ

 ଧବଳ ବରଣ 

 ଦିଅଇ କିରଣ 

ସୃଷ୍ଟି କରେ ଶାନ୍ତି ବାତାବରଣ।


ମନ ଯେବେ ତତେ ଦେଖିବାକୁ ଝୁରେ

 ଚାଲିଯାଏ ମୁଁ ଏକାନ୍ତରେ

 ଆନନ୍ଦ ମନେ 

ପ୍ରଫୁଲ୍ଲ ତନେ 

ଫେରିଆସେ ପୁଣି ତତେ ଦେଖିଣ।


ତୋ ରୂପ ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ

 ତେଣୁ ତୁରେ ଜହ୍ନ 

ମୋର ଅତି ପ୍ରିୟ 

ଚାଲି ଯିବୁନି ତୁ ଅମାବାସ୍ୟାକୁ

 ବାର ବାର ତତେ କରେ ବାରଣ।


ମୋ ଠୁ ବେଶୀ ତତେ ଯିଏ ଚାହେଁ

 ସିଏ ସ୍ଵର୍ଣ୍ଣମୟୀ କଇଁ 

 ତୋ ବିନା ଅଧୁରା ତା ଜୀବନଟା

ତୁ ଉଇଁଲେ ଫୁଟେ ସେହି।


ହସ ଖେଲିଯାଏ ଓଠରେ ତାହାର

 ନ ଲାଗୁ କାହାର 

ତୋ ଦୁହିଁଙ୍କୁ ନଜର।


ଆରେ! ଜହ୍ନ ତତେ କଇଁର ରାଣ

 ତୋ ବିନା ନ ପଶେ ତା' ଦେହେ ପ୍ରାଣ

 ପ୍ରୀତିଭରା ପ୍ରେମ ଦେଉଥାଲୋ! ତାକୁ

 ତୋ ସାଥେ ତା ଜୀବନର ଗଢ ବନ୍ଧନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance