ଜହ୍ନ
ଜହ୍ନ
ଜାଣିଛି ତୁମେ ସାତ ସପନ
କେଜାଣି କାହିଁକି ଝୁରେ ଏ ମନ l
ତୁମେ ଦୂରେ ଦୂରେ କାହିଁ କେତେ ଦୂରେ
ଆକାଶର ମେଘ ବାଦଲର ତଳେ l
ନୀରବ ପ୍ରେମିକ ନୀରବ ଯନ୍ତ୍ରଣା
ଛାତି ତଳେ କୋହ ତୁମେ ବୁଝନା l
ଏ ଆଖିରେ ତୁମ ରଙ୍ଗୀନ ଛବି
କେବେ ଆସ କେବେ ଯାଅ ପୁଣି ଲିଭି l
ଖୋଜେ ଏଇ ଆଖି ତୁମରି ଆଖିକୁ
ବିଲ ବନ ଡେଇଁ ନୀଳାଭ ନଭ କୁ l
ସଞ୍ଜ ନଇଁ ଗଲେ ତୁମେ ପୁଣି ଆସ
ହାତ ବଢ଼ାଇଲେ ଦୂରେ ରହି ହସ
ପ୍ରେମ ଏ କି ତୁମ ମିଛ ଛଳନା
ବୁଝି ପାରେ ନାହିଁ ତୁମ ବାହାନା l
ମୋ ରିକ୍ତ ହୃଦୟ ତୁମକୁ ଚାହେଁ
ଅକୁହା ପ୍ରେମ ମୋ ମନରେ ରହେ l
