STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ଜହ୍ନ

ଜହ୍ନ

1 min
300


ଚାନ୍ଦିନୀ ରାତିର ଜହ୍ନ

ନେଲୁ ମନ ଆଉ ଦେଲୁ ତୁ ମନ

ସେଦିନୁ ଗଣୁଛି ସୁଦିନ

ଚନ୍ଦ୍ରମା ତୁ ଆକାଶେ ଜହ୍ନ

ତୋ ଭିତରେ କି ଚିହ୍ନ

ଅବୁଝା ଆଖି ଓ ମନ

ଗଣି ଗଣି ଥକେ ସପନ

ଚନ୍ଦ୍ରବିନ୍ଦୁ ଉଚ୍ଛନ୍ନ ଆଣୁଛି ସ୍ମୃତି ସଘନ

ତାରା ଭିତରେ ଜହ୍ନକୁ ଦେଖି

ଲାଖି ଯାଏ ଆଖି ଲୋ ସଖି

ଅବୁଝା ମନକୁ ବୁଝେଇବ କିଏ

ଭାରି ଅବୁଝା ଏ ମନ

ମୁଁ ମୌସୁମୀର ମଲାଜହ୍ନ

ପାପରୁ ଖିଏ ପୁଣ୍ୟ ନନିଏ

ଆଞ୍ଜୁଳେ ଅଞ୍ଜଳି ଭିର୍ଣ୍ଣ

ପ୍ରାପ୍ତି ଓ ତୃପ୍ତି ଭରା ଜୀବନେ ଜହ୍ନ

ବିକାକିଣା ମନ ହୁଏ ଆଚ୍ଛର୍ଣ୍ଣ ଓ ଉଚ୍ଛର୍ନ୍ନ

ମନେ ପଡେ ସେଦିନ ବୋଉ ଦେଖାଇଥିଲା ଜହ୍ନ

ଆ ଜହ୍ନମାମୁଁ ଶରଦଶଶୀ ମୋ କାହ୍ନୁ ହାତେ ପଡ଼ ଖସି

ଶୋଇପଡ଼ୁ ମୋ ସୁନା ଧନ

ବଡ଼ ହେଲେ ହେବ ଭିର୍ଣ୍ଣ ଜହ୍ନ ସାଥେ କଳଙ୍କହୀନ

ସତ ହେବ ତା ମନ ସପନ  ll


Rate this content
Log in

Similar oriya poem from Classics