ଜହ୍ନ
ଜହ୍ନ
ଚାନ୍ଦିନୀ ରାତିର ଜହ୍ନ
ନେଲୁ ମନ ଆଉ ଦେଲୁ ତୁ ମନ
ସେଦିନୁ ଗଣୁଛି ସୁଦିନ
ଚନ୍ଦ୍ରମା ତୁ ଆକାଶେ ଜହ୍ନ
ତୋ ଭିତରେ କି ଚିହ୍ନ
ଅବୁଝା ଆଖି ଓ ମନ
ଗଣି ଗଣି ଥକେ ସପନ
ଚନ୍ଦ୍ରବିନ୍ଦୁ ଉଚ୍ଛନ୍ନ ଆଣୁଛି ସ୍ମୃତି ସଘନ
ତାରା ଭିତରେ ଜହ୍ନକୁ ଦେଖି
ଲାଖି ଯାଏ ଆଖି ଲୋ ସଖି
ଅବୁଝା ମନକୁ ବୁଝେଇବ କିଏ
ଭାରି ଅବୁଝା ଏ ମନ
ମୁଁ ମୌସୁମୀର ମଲାଜହ୍ନ
ପାପରୁ ଖିଏ ପୁଣ୍ୟ ନନିଏ
ଆଞ୍ଜୁଳେ ଅଞ୍ଜଳି ଭିର୍ଣ୍ଣ
ପ୍ରାପ୍ତି ଓ ତୃପ୍ତି ଭରା ଜୀବନେ ଜହ୍ନ
ବିକାକିଣା ମନ ହୁଏ ଆଚ୍ଛର୍ଣ୍ଣ ଓ ଉଚ୍ଛର୍ନ୍ନ
ମନେ ପଡେ ସେଦିନ ବୋଉ ଦେଖାଇଥିଲା ଜହ୍ନ
ଆ ଜହ୍ନମାମୁଁ ଶରଦଶଶୀ ମୋ କାହ୍ନୁ ହାତେ ପଡ଼ ଖସି
ଶୋଇପଡ଼ୁ ମୋ ସୁନା ଧନ
ବଡ଼ ହେଲେ ହେବ ଭିର୍ଣ୍ଣ ଜହ୍ନ ସାଥେ କଳଙ୍କହୀନ
ସତ ହେବ ତା ମନ ସପନ ll
