STORYMIRROR

Bijay Prusty

Abstract

4  

Bijay Prusty

Abstract

ଜହ୍ନ ଯେବେ ଲୁହଢାଳେ

ଜହ୍ନ ଯେବେ ଲୁହଢାଳେ

1 min
346


ଅତି ସରାଗରେ ହୃଦୟରେ ମୋର

ଲେଖିଥିଲି ତୋର ନାମ

ନିଜହାତେ ତାକୁ ଲିଭାଇଦେଲୁ ତୁ

କରମ ହେଲା ମୋ ବାମ I

ଧୂସର ଦିଶୁଛି ନୀଳାଭ ଆକାଶ

ଦେହ ଜାଳିଦିଏ ଖରା

ତୋ କପଟପଣ ମନ ମୋ ଜଳାଏ

ଆଖିରେ ଶ୍ରାବଣ ଧାରା I

ହୃଦୟଦେଇ ମୁଁ ଭଲ ପାଇଥିଲି

ବିଶ୍ୱାସରେ ଦେଲୁ ବିଷ

ସବୁ ତ୍ୟାଗ ମୋର ମାଟିରେ ମିଶିଲା

ତୁ ହୋଇଲୁ ଇତିହାସ I

ବନ ଜଳିଗଲେ ଦେଖନ୍ତି ସଭିଏଁ

ମନ ଦେଖନ୍ତିନି କେହି

ଭଙ୍ଗା ମନତଳ ଅକୁହା ଦରଜ

ଆଖିବାଟେ ଯାଏ ବୋହି I

ନିଶ୍ୱାସରେ ତୋର ବଇଶାଖୀ ଝାଞ୍ଜି

ବହିଲା ଯେଦିନ ସଖୀ

କେମିତି କହିବି କେଉଁପରି ମୋର

ଓଦା ହେଉଥିଲା ଆଖି I

ପୂନେଇଁ ଜହ୍ନର ଆଖିରେ ଦେଖିଲି

ବିରହର ଟୋପେ ଲୁହ

ସଞ୍ଚରିଗଲା ସେ ଆଖିତଳେ ମୋର

ଛାତିରୁ ଉଠିଲା କୋହ I

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract