ଜହ୍ନ ରାଇଜରେ ତାରା ମାଳ ମାଳ
ଜହ୍ନ ରାଇଜରେ ତାରା ମାଳ ମାଳ
ଜହ୍ନ ରାଇଜରେ ତାରା ମାଳ ମାଳ,
ଅନ୍ଧାର ରାତି ରେ ଦିଶନ୍ତି ଉଜ୍ଜଳ ।
ଗଗନେ ଶଶାଙ୍କ ଗ୍ରହ ତାରାମାନ,
ଝଲସନ୍ତି ଯଥା ହୀରକ ସମାନ ।
ଅଗଣିତ ତାରା ଆକାଶ ମଣ୍ଡଳେ,
ବାଲୁକାରାଶି ସମ ସାଗର କୂଳେ ।
ଲକ୍ଷ ଲକ୍ଷ ତାରା ନାହିଁ ଦରକାର,
ଏକ ଚନ୍ଦ୍ର କରେ ଅନ୍ଧକାର ଦୂର।
trong>
ତାରାଗଣେ ଶ୍ରେଷ୍ଠ ସପ୍ତର୍ଷି ମଣ୍ଡଳ,
ଉତ୍ତର ଆକାଶେ ଦିଶଇ ଉଜ୍ଜଳ ।
କ୍ଷୁଦ୍ର ଦିଶେ କିନ୍ତୁ ଜ୍ଵଳନ୍ତ ଶରୀର,
ଦେହେ ଭରିଅଛି ଗ୍ଯାସ୍ ଭରପୂର ।
ଦୂରରେ ଥିବାରୁ ଦିଶଇ ଯେ ଛୋଟ,
ଆକାରରେ ଅଟନ୍ତି ସୂର୍ଯ୍ୟଠୁ ବିରାଟ।
ଆମ ସୂର୍ଯ୍ୟ ମଧ୍ୟ ସେଥିରୁ ଗୋଟିଏ,
ତାପାଇଁ ଧରାରେ ଜୀବନ ଯେ ଥାଏ।