STORYMIRROR

Rajashree Acharya

Romance

2  

Rajashree Acharya

Romance

ଜହ୍ନ ଓ ରାତିର ବାର୍ତାଲାପ

ଜହ୍ନ ଓ ରାତିର ବାର୍ତାଲାପ

1 min
2.7K

ତୁମେ ଜହ୍ନ ,ଚାଲ ଆଜି ଲୁଚକାଳି ଖେଳିବା।

ମୁଁ ବାଦଲ ଭରା ରାତି,ଆସ ତୁମକୁ ଲୁଚେଇଦେବି।

ଆଉ କେବଳ ଥିବ ସେଇ ପ୍ରୀତି ଭରା ବର୍ଷା ର ଅପେକ୍ଷା

ଯାହା ବର୍ଷିଯିବ ବସନ୍ତର ମଧୁ ରାଗିଣୀ ରେ ଭିଜେଇ ଦେବ

ଟିପ ଟିପ ଟିପ ଟିପ ଚମକି ଉଠିବ ଆକାଶ ,

ଚମକିବେ କିଛି ଧରିତ୍ରୀ ଜନର କିଛି ଘର୍ଷଣ ର ଚିତ୍କାର ଶୁଭିବ

ସେଇ ବାଦଲ ବାଦଲ ଘନର ଠିକ ଏତିକି ବେଳେ ଲୁଚିଥିବା

ଜହ୍ନର ଓ ରାତିର ମଧ୍ୟ କମିଯିବ

ଆକର୍ଷଣ ରୁପି ପ୍ରେମର ମୁଁ ତ ରାତି ହୋଇ ରହିଛି

ତୁମେ ଆସିବ ତ ଅପେକ୍ଷା କରିଛି ତୁମକୁ କାକର ବିନ୍ଦୁ ରେ

ତୁମେ ମୋତେ ଭିଜେଇବ ତ କିଛି କରକା ପାତ ,

କିଛି ତୁଷାର ପାତ ହିମ ର ସ୍ପର୍ଶ ତଳେ 

ଏତେ ଅସମାହିତ ପ୍ରଶ୍ନ ର ଛତ୍ର ଛାୟା ତଳେ ରହିଥିବା ରାତି

କିଛି ସମୟ ପାଇଁ ଜହ୍ନ କୋଳେ ମୁଣ୍ଡ ଥୋଇ ବିଶ୍ରାମ ନେବାକୁ ଚାହେଁ ଯାମିନୀ

ନିଜ ହୃଦ ନିବାସେ ଚାନ୍ଦିନୀ ପାଇଁ କୋଠରୀ କୁ

ବଦମାସିଆ ଏଇ ଭାବନା ଭିତରୁ ଦୁରେଇ କେତେବେଳଠୁ ରଖିଛି।

ତୁମ ଆସିବା ଅପେକ୍ଷା କରି ପଚାରୁଚି,

କାଳେ ତୁମେ ଅମାବାସ୍ୟା ନୁହେଁ ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance