Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Romance

3  

Kulamani Sarangi

Romance

ଜହ୍ନ ମୋର ପ୍ରିୟା

ଜହ୍ନ ମୋର ପ୍ରିୟା

1 min
168



ଏ ରାକା ନିଶିରେ,ଜହ୍ନ ଲୁଚନାରେ,

ସପନ ହୋଇନି ଶେଷ,

ସବୁ ସ୍ମୃତି ଆଜି,ଜୋଛନାରେ ହଜି

କରନ୍ତି ସ୍ୱପ୍ନବିଳାସ ।0।


ମନ ନଦୀତୀରେ,ଅଜଣା ତିଥିରେ

ଦେଇଥିଲୁ ପରିଚୟ,

ସେହି ପରିଚୟ ସମ୍ପର୍କ ହେବାକୁ

ଲାଗିଲା ଏତେ ସମୟ ।୧


ଆଜି ଏ ରାତିରେ ନେବାକୁ ବିଦାୟ

ତରତର ହେଉ କିଆଁ,

ଆଉ କେତେ ସତେ ଅପେକ୍ଷା କରିବି

ଜହ୍ନ ମତେ କହି ଯାଆ।୨


ଏ ଶୀତ ରାତିରେ ନିଆଁ ଲଗାଇ ତୁ,

ହସି ହସି ଯାଉ ଚାଲି,

ଏ ଶୀତଳତାରେ କେତେ ନିଆଁ ଝରେ,

ଭାବୁଛି ଜାଣିଛୁ ବୋଲି ।୩



Rate this content
Log in

Similar oriya poem from Romance